
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଗାଡ଼ି ସଜାଡ଼ିବାକୁ ଗ୍ୟାରେଜ୍କୁ ଆସିଥିଲେ। ହେଲେ ସେଠାରେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ଼। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ଏଭଳି ଏକ ଘଟଣା ଘଟି ଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଵଡ଼ନୟନପୁର ଛକରେ ଥିବା ଏକ ଗାଡ଼ି ଗ୍ୟାରେଜ୍ରେ।
ଆହତ ବ୍ୟକ୍ତିଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ।
ଗ୍ୟାରେଜ୍ରେ ତାଙ୍କ ବାଇକ୍ ସଜଡ଼ା ଯାଉଥିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ। ରାତି ପ୍ରାୟ ୯ଟା ୪୫ ବେଳେ ତିନି ଜଣ ଯୁବକ ଏକ ବାଇକ୍ରେ ଆସି ଗ୍ୟାରେଜ୍ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ।
ପ୍ରକୃତରେ ସେମାନେ ପ୍ରଶାନ୍ତଙ୍କୁ ଗୁଳି କରିବାକୁ ଆସିଥିଲେ ନା ଗ୍ୟାରେଜ୍ରେ କାହା ଉପରେ ରାଗ ରଖି ଗୁଳି କରିବାକୁ ଆସିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2VvWXRt
No comments:
Post a Comment