ରବିବାର ୫ମ ଦିନିକିଆ, ବ୍ୟାଟିଂ ଅର୍ଡରକୁ ମିଳିବ ଧୋନି ବୁଷ୍ଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ରବିବାର ୫ମ ଦିନିକିଆ, ବ୍ୟାଟିଂ ଅର୍ଡରକୁ ମିଳିବ ଧୋନି ବୁଷ୍ଟର୍‌

ହ୍ୟାମିଲଟନ୍‌: ଟିମ୍‌ ଇଣ୍ଡିଆର ଦମ୍ଭ କୁହାଯାଉଥିବା ବ୍ୟାଟିଂ ଲାଇନ୍‌ ଅପ୍‌କୁ ୪ର୍ଥ ଦିନିକିଆରେ ଜଳକା କରିଦେଇଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳ ଆସନ୍ତାକାଲି ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ଅବଶ୍ୟ ଭାରତ ଆଗୁଆ ୩ଟି ମ୍ୟାଚ୍ ଜିତି ସିରିଜ୍‌ ହାତେଇ ନେଇଛି। କିନ୍ତୁ ଆସନ୍ତାକାଲିର ମ୍ୟାଚ୍‌ ଜିତିବାକୁ ରୋହିତ ସେନା ଚାହିଁବ। ଏବେ ୫ଟିକିଆ ଦିନିକିଆ ସିରିଜ୍‌ ୩-୧ରେ ଟିମ ଇଣ୍ଡିଆ ସପକ୍ଷରେ ରହିଛି।

୫ମ ଦିନିକିଆ ମଧ୍ୟ ୱେଲିଙ୍ଗଟନ୍‌ ଖେଳାଯିବ। ଭାରତୀୟ ସମୟ ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହ ମଧ୍ୟକ୍ରମରେ ପରୀକ୍ଷାନିରୀକ୍ଷା କରିଥିଲା। ହେଲେ ଟିମ୍‌ ଇଣ୍ଡିଆର ଏହି ଯୋଜନା ଫେଲ ମାରିଥିଲା। ଫଳରେ ଦଳ ମାତ୍ର ୯୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଗତ ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ଆହତ ଥିବା କାରଣରୁ ବେଞ୍ଚରେ ବସିଥିଲେ।

ବିରାଟ୍‌ ଓ ଧୋନିଙ୍କ ଅନୁପସ୍ଥିତିରେ ଦଳ ସଂପୂର୍ଣ୍ଣ ଭାବେ ୱିନିଂ ଟ୍ରାକ୍‌ରୁ ବାହାରି ଯାଇଥିଲା। ହେଲେ ୫ମ ଦିନିକିଆ ପୂର୍ବରୁ ଦଳ ପାଇଁ ଖୁସି ଖବର ଆସିଛି। ମହେନ୍ଦ୍ର ସିଂହ ଧୋନି ଏବେ ସଂପୂର୍ଣ୍ଣ ସୁସ୍ଥ ଏବଂ ସେ ଆସନ୍ତାକାଲିର ମ୍ୟାଚ୍‌ ଖେଳିବେ ବୋଲି ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ସ୍ପଷ୍ଟ କରିଛନ୍ତି। ତେଣୁ ଗତ ମ୍ୟାଚ୍‌ରେ ଧୋନିଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିବା ରୋହିତ ସେନା ଏଥର ମଧ୍ୟକ୍ରମରେ ଶକ୍ତିଶାଳୀ ହେବ। ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ଦଳକୁ ମଧ୍ୟକ୍ରମରେ ସଫଳତାର ସହିତ ସମ୍ଭାଳି ଆସୁଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଧୋନି ୪୮ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି।

ଆସନ୍ତାକାଲି ମ୍ୟାଚ୍‌ରେ ନବାଗତ ଶୁଭମନ ଗିଲ୍‌ଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ତେବେ କେଦାର ଯାଦବ, ଅମ୍ବାତି ରାୟୁଡୁ ଏବଂ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଆସନ୍ତାକାଲି ମ୍ୟାଚ୍‌ରେ ବେଞ୍ଚରେ ବସିବାକୁ ପଡ଼ିପାରେ।

ସେହିପରି ବୋଲିଂ ଲାଇନ୍‌ ଅପ୍‌ରେ ଭାରତ ପରବର୍ତ୍ତନ କରିପାରେ। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦେଇ ଦଳ ପୁଣିଥରେ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ମ୍ୟାଚ୍‌ରେ ପ୍ରଭାବହୀନ ବୋଲିଂ କରିଥିବା ଖଲୀଲ ଅହମ୍ମଦଙ୍କ ସ୍ଥାନରେ ଟିମ୍‌ ମ୍ୟାନେଜମେଣ୍ଟ ମହମ୍ମଦ ସିରାଜଙ୍କୁ ଖେଳାଇବାକୁ ଚିନ୍ତା କରିପାରେ।

ସ୍ପିନିଂ ବାହିନୀରେ କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ ଫର୍ମରେ ରହିଛନ୍ତି। କିନ୍ତୁ ଶେଷ ମ୍ୟାଚ୍‌ରେ ଦଳ ଜଣଙ୍କୁ ବିଶ୍ରାମ ଦେଇ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଖେଳାଇପାରେ।

ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ତା’ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ନ କରିପାରେ। ତେବେ ଓପନର ମାର୍ଟିନ୍‌ ଗପ୍ଟିଲ୍‌ ଆହତ ହୋଇଥିବାରୁ ସେ ଖେଳିବେ କି ନାହିଁ, ତାହା ଆସନ୍ତାକାଲି ଜଣାପଡ଼ିବ। ଏବେ ଟ୍ରେଣ୍ଟ ବୋଲ୍ଟ ଜବରଦସ୍ତ ଫର୍ମରେ ଅଛନ୍ତି। ସେହିପରି ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ପ୍ରଭାବୀ ବୋଲିଂ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ୱିଲିୟମସନ୍‌(ଅଧିନାୟକ),ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲକି ଫରଗୁସନ୍‌, ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ, ଟମ୍‌ ଲାଥାମ, କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର, ଟିମ୍‌ ସାଉଦି, ରସ୍‌ ଟେଲର, ଟୋଡ ଆଷ୍ଟେଲ ଓ ଜମି ନିଶାମ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲୀଲ ଅହମ୍ମଦ।



from Odisha Reporter http://bit.ly/2S9Eq08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages