କର୍ମୀଙ୍କୁ ବୁଝାଇବାକୁ ଯାଇଥିଲେ, ବହେ ଗାଳି ଖାଇ ଫେରିଲେ ବବି ଓ ପ୍ରଶାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

କର୍ମୀଙ୍କୁ ବୁଝାଇବାକୁ ଯାଇଥିଲେ, ବହେ ଗାଳି ଖାଇ ଫେରିଲେ ବବି ଓ ପ୍ରଶାନ୍ତ!

ସୁନ୍ଦରଗଡ଼(ବିଜୟ ବରୁଆ): କଂଗ୍ରେସରୁ ବହିଷ୍କୃତ ନେତା ତଥା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବେ! ଏହା ଏକ ପ୍ରକାର ଫାଇନାଲ୍‌ ହୋଇଛି। ତେବେ ଏହା ପୂର୍ବରୁ ଜିଲ୍ଲାର କର୍ମୀ ଓ ନେତାଙ୍କୁ ବୁଝାଇବା ପାଇଁ ଯାଇଥିଲେ ବିଧାୟକ ବବି ଓରଫ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ। ହେଲେ ସେମାନଙ୍କୁ କେବଳ ନିରାଶ ହେବାକୁ ପଡ଼ିନି, ବରଂ କର୍ମୀଙ୍କ ଠାରୁ ପ୍ରବଳ ଗାଳିମନ୍ଦ ଖାଇ ବୈଠକ ଅଧାରୁ ଦୁଇ ନେତା ଉଠି ଆସିଥିବା ଆଲୋଚନା ହେଉଛି।

୨୦୧୪ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ରୁ ବିଜେଡିରୁ ନିର୍ବାଚନ ଲଢ଼ିଥିଲେ କୁସୁମ ଟେଟେ। ସେ ଯୋଗେଶ ସିଂଙ୍କଠାରୁ ପରାସ୍ତ ହୋଇଥିଲେ। ଆଜି ତାଙ୍କ ସ୍ଥାନରେ ବିଜେଡି ପ୍ରାର୍ଥୀ ଭାବେ ଯୋଗେଶ ନିର୍ବାଚନ ଲଢ଼ିବେ। ଏପରି ସ୍ଥିତିରେ କୁସୁମଙ୍କ ଭାଗ୍ୟ କଣ ହେବ? ତାକୁ ନେଇ କୁସୁମଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଏହା ଭିତରେ ଯୋଗେଶଙ୍କୁ ବିଜେଡିରେ ସାମିଲ କରାଯିବା ସମୟରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପ୍ରତି ନଜର ରଖି ଜିଲ୍ଲାର ନେତା ଓ କର୍ମୀଙ୍କୁ ବୁଝାଇବା ପାଇଁ ଆଜି କୁସୁମ ଟେଟେଙ୍କ ତସଲାଡି ସ୍ଥିତ ଘରେ ବୈଠକ ବସିଥିଲା। ଏଥିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି), ପ୍ରଶାନ୍ତ ନନ୍ଦ ଓ ନିଜେ କୁସୁମ ଟେଟେ ପ୍ରମୁଖ ଯୋଗଦେଇଥିଲେ।

ଯୋଗେଶ ବିଜେଡିରେ ମିଶିବା ନେଇ ପ୍ରଶାନ୍ତ ନନ୍ଦ କର୍ମୀଙ୍କୁ ପ୍ରଥମେ କହିଥିଲେ। ଏ ସମ୍ପର୍କରେ ଆପଣ (କର୍ମୀ ଓ ନେତା)ଙ୍କ ମତ କ’ଣ ବୋଲି ଶ୍ରୀ ନନ୍ଦ ପଚାରିଥିଲେ। ମାତ୍ର ଏହାକୁ କର୍ମୀ ଓ ନେତା ଘୋର ବିରୋଧ କରିଥିଲେ। ନିର୍ବାଚନ ଜିତିବା ପରେ ଯୋଗେଶ ସିଂ ସୁନ୍ଦରଗଡ଼ରେ କିଛି କାମ କରିନାହାନ୍ତି ଓ ସେ ଜଣେ ମଦ ମାଫିଆ ବୋଲି ସେମାନେ ଅଭିଯୋଗ କରିଥିଲେ। ତେଣୁ ଆମେ ତାଙ୍କୁ ନେତା ଭାବେ ମାନିବାକୁ ପ୍ରସ୍ତୁତ ନୁହଁ ବୋଲି ନେତା ଓ କର୍ମୀମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଆମର ନେତ୍ରୀ କୁସୁମ୍‌ ଟେଟେ ବୋଲି ସେମାନେ କହିଥିଲେ।

ଏହି ଆଲୋଚନା ଭିତରେ ପ୍ରଣବ କହିଥିଲେ, ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରୁ ଯୋଗେଶ ଓ ତଲସରାରୁ କୁସୁମ ଲଢ଼ିବେ। ଏକଥା ଶୁଣିବା ପରେ କର୍ମୀ ଓ ନେତାଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ପ୍ରଣବଙ୍କୁ ସଭାସ୍ଥଳରେ ସେମାନେ ଅଶ୍ଲୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ପ୍ରଣବ ଓ ପ୍ରଶାନ୍ତ ବାଧ୍ୟ ହୋଇ ବୈଠକ ଛାଡ଼ି ପଳାଇ ଯାଇଥିବା କୁହାଯାଉଛି।



from Odisha Reporter http://bit.ly/2WAJLfo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages