ଭାରତୀୟ ଗୀତରେ ପିଲାଏ ନାଚିଲେ ବୋଲି ପାକ୍ ସ୍କୁଲର ରେଜିଷ୍ଟ୍ରେସନ୍‌ ରଦ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଭାରତୀୟ ଗୀତରେ ପିଲାଏ ନାଚିଲେ ବୋଲି ପାକ୍ ସ୍କୁଲର ରେଜିଷ୍ଟ୍ରେସନ୍‌ ରଦ୍ଦ

ଇସଲାମାବାଦ୍‌: ଏକ ଭାରତୀୟ ଫିଲ୍ମ ଗୀତ ‘ ଫିର ଭି ଦିଲ ହୈ ହିନ୍ଦୁସ୍ତାନୀ’ ବଜାଇ ତା’ ତାଳରେ ନାଚିବାରୁ ପାକିସ୍ତାନର ଏକ ସ୍କୁଲ ନିଜର ରେଜିଷ୍ଟ୍ରେସନ୍‌ ହରାଇଛି। ସ୍କୁଲରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀମାନେ ଏକ ହିନ୍ଦୀ ଫିଲ୍ମ ଗୀତରେ ନାଚିବା ସହିତ ତ୍ରିରଙ୍ଗା ଉଡ଼ାଇଥିଲେ, ଯାହାକି ତାଙ୍କ ଦେଶର ଅଖଣ୍ଡତା ନଷ୍ଟ କରୁଥିବା କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି।

ପାକିସ୍ତାନର ଡିରେକ୍ଟରେଟ୍‌ ଅଫ୍‌ ଇନ୍ସପେକ୍ସନ୍‌ ଆଣ୍ଡ ରେଜିଷ୍ଟ୍ରେସନ୍‌ ଅଫ୍ ପ୍ରାଇଭେଟ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ, ସିନ୍ଧ (ଡିଆଆରପିଆଇଏସ୍‌) ପକ୍ଷରୁ ଏହି ସ୍କୁଲର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗତ ସପ୍ତାହର ଏହି ଘଟଣାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭାରତୀୟ ସଂସ୍କୃତିର ପ୍ରଚାର କରୁଥିବା ଅଭିଯୋଗରେ ‘ମାମା ବେବି କେୟାର କେମ୍ବ୍ରିଜ୍‌ ସ୍କୁଲ’ ନାମକ ଏହି ସ୍କୁଲର ରେଜିଷ୍ଟ୍ରେସନ୍‌ ରଦ୍ଦ କରାଯାଇଛି।

ଡିଆଆରପିଆଇଏସ୍‌ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିବା ଜଣାଯାଇଛି। ଏହି ଅନୁଷ୍ଠାନର ରେଜିଷ୍ଟ୍ରାର ରାଫିଆ ଜାଭେଦ୍‌ଙ୍କ କହିବା ଅନୁଯାୟୀ, “ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରିବା ଆମ ଜାତୀୟ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି, ଯାହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ।”



from Odisha Reporter http://bit.ly/2Ikc6DL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages