“ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ଖେଳିବା ଉଚିତ ନୁହେଁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

“ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ଖେଳିବା ଉଚିତ ନୁହେଁ”

ମୁମ୍ବାଇ: ୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେଇଥିବା ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଯେତେବେଳେ ବି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି, କ୍ରିକେଟ୍‌ ପଡ଼ିଆରେ ଏହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଛି। ଏହି କ୍ରମରେ ଏଥର କ୍ରିକେଟ୍‌ କ୍ଳବ୍‌ ଅଫ୍‌ ଇଣ୍ଡିଆ (ସିସିଆଇ) ପକ୍ଷରୁ କୁହାଯାଇଛି, ଆଗାମୀ ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ।

ସିସିଆଇ ପକ୍ଷରୁ ଏହାର ସମ୍ପାଦକ ସୁରେଶ ବାଫନା କହିଛନ୍ତି, ଏହି ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଖୋଲାଖୋଲି ଭାବରେ କିଛି ନକହିବା ସ୍ପଷ୍ଟ କରିଦେଉଛି, ପାକିସ୍ତାନର କିଛି ନା କିଛି ସମସ୍ୟା ରହିଛି।

ସେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି, “ଆମ ସେନା ଏବଂ ସିଆରପିଏଫ୍‌ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଯଦିଓ ସିସିଆଇ ଏକ କ୍ରୀଡ଼ା ସଂଗଠନ, ତଥାପି ପ୍ରଥମେ ଦେଶ ତାପରେ ଖେଳ।”

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ସଂସ୍କରଣ ବିଶ୍ୱକପ୍‌ ଆସନ୍ତା ମେ ମାସ ୩୦ରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଖେଳାଯିବ। ଜୁନ୍‌ ୧୬ ତାରିଖରେ ଓଲ୍ଡ ଟ୍ରାଫର୍ଡଠାରେ ଭାରତ ଓ ଏହାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ସ୍ଥିର ହୋଇଛି।



from Odisha Reporter http://bit.ly/2BAJtfp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages