
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ୪୨ ଜଣ ସିଆରପିଏଫ୍ ଯବାନଙ୍କୁ ସମଗ୍ର ଦେଶ ଝୁରୁଛି। ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମବେଦନାର ସୁଅ ଛୁଟୁଛି। ପାକିସ୍ତାନର ଆତଙ୍କବାଦ ବିରୋଧରେ ବିଶ୍ୱର ବିଭିନ୍ନ ଦେଶ ଆକ୍ରମଣକୁ କଡ଼ା ନିନ୍ଦା କରୁଛନ୍ତି। ହେଲେ ଓଡ଼ିଶାର ବିଜେଡି ବିଧାୟକ ଓଡ଼ିଆ ସହିଦ୍ଙ୍କ ମନୋଜ୍ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କ ପ୍ରତି ଯେଉଁଭଳି ଭାବେ ଅଭଦ୍ରୋଚିତ ଆଚରଣ କଲେ ତାହା ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି। ସହିଦ୍ ମନୋଜ୍ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ଏଥର ଏହା ଅନ୍ତର୍ଜାତୀୟସ୍ତରରେ ପହଞ୍ଚି ଯାଇଛି। ପାକିସ୍ତାନରେ ପହଞ୍ଚିଲା
ପୁଲଓ୍ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓ ପାକିସ୍ତାନୀ ଟିଭି ଚ୍ୟାନେଲ ‘ଆଜାଦ୍ ନ୍ୟୁଜ୍’ରେ ପ୍ରସାରଣ କରାଯାଇଛି। ଏହି ଭାଇରାଲ ଭିଡିଓ ସହ ପାକିସ୍ତାନର ଉକ୍ତ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରସାରିତ ହୋଇଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପ୍ରସାରିତ ହେଉଥିବା ରିପୋର୍ଟରେ କୁହାଯାଇଛି ଯେ, ଜଣେ ସହିଦ୍ ଭାରତୀୟ ଯବାନଙ୍କ ପାର୍ଥିବ ଶରୀର ସାମ୍ନାରେ ଜଣେ ଭାରତୀୟ ରାଜନେତା କିଭଳି ବ୍ୟବହାର କରୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଆହୁରି କୁହାଯାଉଛି ଯେ, ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପାଇଁ ଲୁହ ଗଡ଼ାଉ ଥିବା ଭାରତୀୟଙ୍କ ଅସଲ ରୂପ କିଛି ଅଲଗା। ଓଡ଼ିଶାର ଜଣେ ସହିଦ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ସମ୍ପର୍କୀୟଙ୍କୁ ଓଡ଼ିଶାରେ ଶାସକ ବିଜୁ ଜନତା ଦଳର ବିଧାୟକ ଧକ୍କା ମାରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।”
ତେବେ ଯେଉଁ ପାକିସ୍ତାନ ବିରୋଧରେ ଆମେରିକାଠାରୁ ଋଷ ପର୍ଯ୍ୟନ୍ତ ଆରମ୍ଭ କରି ଅନ୍ୟ ରାଷ୍ଟ୍ରମାନେ ଆତଙ୍କବାଦ ବିରୋଧରେ ଭାରତ ସହ ସ୍ୱର ମିଶାଉଛନ୍ତି ସେହି ପାକିସ୍ତାନ୍ରେ ବିଜେଡି ବିଧାୟକଙ୍କ ଘୃଣ୍ୟ କାରନାମାର ଭିଡିଓ ପ୍ରସାରଣ କରାଯିବା ପୁଣି ଥରେ ଏହି ଚର୍ଚ୍ଚାକୁ ଉଷ୍ମ କରିଦେଇଛି।
from Odisha Reporter https://ift.tt/2XfDCFL
No comments:
Post a Comment