
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରଙ୍କୁ ଧିମା ବ୍ୟାଟିଂ ପାଇଁ ସମାଲୋଚନା କରୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡ଼ା ଲାଗିଛି। କାରଣ ପୂଜାରା ପ୍ରଥମଥର ପାଇଁ ତାଙ୍କ ଟି-୨୦ କ୍ୟାରିୟରରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।
ସୌରାଷ୍ଟ୍ର ପକ୍ଷରୁ ସୟଦ ମୁସ୍ତାବ ଅଲ୍ଲୀ ଟି-୨୦ ଟ୍ରଫି ଖେଳୁଥିବା ପୂଜାରା ଆଜି ପ୍ରଥମ ମ୍ୟାଚ୍ରେ ଏହି କୀର୍ତ୍ତମାନ ସ୍ଥାପନ କରିଛନ୍ତି। ସେ ମାତ୍ର ୬୧ଟି ବଲ୍ରେ ୧୪ଟି ଚୌକା ଓ ଗୋଟିଏ ଛକା ସହ ୧୦୦ ରନ୍ର ଅପରାଜିତ ଇନିଂସ୍ ଖେଳିଛନ୍ତି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସୌରାଷ୍ଟ୍ର ଓ ରେଲୱେ ମଧ୍ୟରେ ହୋଇଥିଲା।
ଏଥିରେ ସୌରାଷ୍ଟ୍ର ପକ୍ଷରୁ ଓପନ କରୁଥିବା ପୂଜାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆରମ୍ଭରୁ ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ। ଧିମା ବ୍ୟାଟିଂ ପାଇଁ ତାଙ୍କୁ ଡିସେମ୍ବର ମାସରେ ହୋଇଥିବା ଆଇପିଏଲ୍ ଖେଳାଳି ନିଲାମ ସମୟରେ କେହି କିଣି ନଥିଲେ। କିନ୍ତୁ ଏବେ ସେ ଟି-୨୦ରେ ବଡ଼ ଶଟ୍ମାନ ଖେଳି ସମସ୍ତଙ୍କ ମୁହଁକୁ ବନ୍ଦ କରିଦେଇଛନ୍ତି।
ପୂଜାରା ୨୦୧୪ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ସେ ଆଇପିଏଲ୍ରେ ସମୁଦାୟ ୩୦ଟି ମ୍ୟାଚ୍ରେ ୯୯.୭୪ ଷ୍ଟ୍ରାଇକ୍ ରେଟ୍ରେ ୩୯୦ ରନ୍ କରିଥିଲେ।
ଚଳିତ ବର୍ଷ ଆଇପିଏଲ୍ ପାଇଁ ତାଙ୍କ ମୂଳଦର ୫୦ ଲକ୍ଷ ଟଙ୍କା ଥିଲା। ହେଲେ ତାଙ୍କୁ କେହି କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ।
from Odisha Reporter https://ift.tt/2BILGFS
No comments:
Post a Comment