
ନୂଆଦିଲ୍ଲୀ: ଦ୍ୱିତୀୟ ବୈଠକରେ ମଧ୍ୟ ସିବିଆଇ ନିର୍ଦ୍ଦେଶକ ଚୟନ କରିପାରିଲା ନାହିଁ ସିଲେକ୍ସନ କମିଟି। ଆସନ୍ତା ସପ୍ତାହରେ ପୁଣି ଥରେ ବୈଠକ ବସିବ ବୋଲି ଜଣାପଡ଼ିଛି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସିଲେକ୍ସନ କମିଟିର ଦ୍ୱିତୀୟ ବୈଠକ ବସିଥିଲା। କମିଟିରେ ସର୍ବବୃହତ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହ ଆଲୋଚନା କରିଥିଲେ ମୋଦି। କିନ୍ତୁ ଏହି ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନଥିଲା।
ପୂର୍ବରୁ ମଧ୍ୟ ଥରେ କମିଟିର ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ଟ ଲିଷ୍ଟ କରାଯାଇଥିବା ୭୯ ଜଣ ଅଧିକାରୀଙ୍କ ମଧ୍ୟରୁ ସିବିଆଇ ନିର୍ଦ୍ଦେଶକ ପାଇଁ ଯୋଗ୍ୟ ଅଧିକାରୀଙ୍କୁ ବାଛିବା ଥିଲା ଏହାର ଲକ୍ଷ୍ୟ।
ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ବହିଷ୍କୃତ ହେବା ପରେ ଓଡ଼ିଶା କ୍ୟାଡର ଆଇପିଏସ୍ ଏମ୍. ନାଗେଶ୍ୱର ରାଓ ଏବେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
from Odisha Reporter http://bit.ly/2UzV3OZ
No comments:
Post a Comment