ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲର ଆଦେଶ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବାରୁ ଜଳ ସଂପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ଟ୍ରିବ୍ୟୁନାଲ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି।

୫ ହଜାର ଟଙ୍କା ବଣ୍ଡ ବିନିମୟରେ ଜାମିନ ଯୋଗ୍ୟ ପରୱାନା ଉଭୟଙ୍କ ବିରୋଧରେ ଜାରି ହୋଇଛି। ଏଥିସହ ଫେବୃଆରୀ ୭ ତାରିଖ ଦିନ ସ୍ୟାଟରେ ହାଜର ହେବା ଲାଗି ଉଭୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଶାସନିକ ଟ୍ରିବ୍ୟୁନାଲର ଆଦେଶକୁ ଅଣଦେଖା କରି ରାଜ୍ୟ ସରକାର ସରୋଜ କୁମାର ପଟ୍ଟନାୟକଙ୍କୁ କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏଣୁ ତାଙ୍କ ଦରମା ଜାନୁଆରୀ ମାସଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୟାଟ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମ୍.ଏମ୍. ପ୍ରହରାଜ ଓ ବିଚାର ବିଭାଗୀୟ ସଦସ୍ୟ ଜିଆର. ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାମିନୀକାନ୍ତ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦିଆଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ କ୍ଷୁଦ୍ର ଜଳସେଚନ କ୍ୟାଡରରେ ସବୁଠାରୁ ବରିଷ୍ଠ ଥିଲେ। ହେଲେ ତାଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ଅନ୍ୟ ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଉପେକ୍ଷା କରି ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ପଦବୀରେ ବୃହତ୍ତ ଓ ମଧ୍ୟମ ଜଳସେଚନ କ୍ୟାଡରର ଯନ୍ତ୍ରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।



from Odisha Reporter http://bit.ly/2TzaMxC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages