ଫେସ୍‌ବୁକ୍‌ ପ୍ରେମକୁ ହୁସିଆର୍ ! ମାସେ ରହିପାରିଲାନି ପ୍ରେମୀ ଯୁଗଳଙ୍କ ସମ୍ପର୍କ, ଏବେ ଥାନାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଫେସ୍‌ବୁକ୍‌ ପ୍ରେମକୁ ହୁସିଆର୍ ! ମାସେ ରହିପାରିଲାନି ପ୍ରେମୀ ଯୁଗଳଙ୍କ ସମ୍ପର୍କ, ଏବେ ଥାନାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେସ୍‌ବୁକ୍‌ରେ ହୋଇଥିଲା ପ୍ରେମ। ଆଉ ତା’ପରେ ବିବାହ ପ୍ରସ୍ତାବ। ଏଥିରେ ପ୍ରେମିକାର ପରିବାର ଲୋକେ ରାଜି ନହେବାରୁ ଶେଷରେ ଝିଅଟି ଘରୁ ଲୁଚି ପଳାଇ ଆସିଲା ପ୍ରେମିକର ଘରକୁ। ହେଲେ ସେମାନଙ୍କ ପ୍ରେମ ସମ୍ପର୍କ ମାସେ ବି ତିଷ୍ଠି ପାରିଲା ନାହିଁ। ନିଜେ ପ୍ରେମିକ ବି ଦେଲା ନିର୍ଯାତନା। ପ୍ରେମିକର ମାଆ ମଧ୍ୟ ଏଥିରେ ସାମିଲ୍ ଥିବା ଅଭିଯୋଗ ହୋଇଛି। ନିର୍ଯାତନା ଅସହ୍ୟ ହେବାରୁ ଭାବିଶ୍ୱଶୁର ଘର ଛାଡ଼ି ଝିଅଟି ବୁଲିଥିଲା ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାକୁ ପୁଲିସ୍‌କୁ ଦେଇଛନ୍ତି।

ପୂରା ଘଟଣା ଏମିତି। କୋରାପୁଟ୍ ଜିଲ୍ଲା ଦାମନଯୋଡ଼ି ଅଞ୍ଚଳରେ ଏକ କଲେଜରେ ଯୁକ୍ତଦୁଇ ପଢ଼ନ୍ତି ସ୍ମିତା (ଛଦ୍ମନାମ)। ସେ ଫେସ୍‌ବୁକ୍‌ରେ ଭୁବନେଶ୍ୱରର ଜଣେ ଯୁବକଙ୍କୁ ଭଲ ପାଇଥିଲେ। ଦୀର୍ଘ ବର୍ଷେ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଯୁବକଙ୍କୁ ପ୍ରେମ ବିବାହ କରିବା ପାଇଁ ପ୍ରେମିକା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ମାତ୍ର ଏଥିରେ ପ୍ରେମିକାଙ୍କ ବାପା-ମାଆ ରାଜି ହୋଇନଥିଲେ। ବରଂ ଝିଅକୁ ମାଡ଼ ମାରିଥିଲେ। ଯେଉଁଥିପାଇଁ ପ୍ରେମିକା ସ୍ମିତା ଭାଙ୍ଗି ପଡ଼ିଥିଲେ।

ସ୍ମିତା ଏନେଇ ପ୍ରେମିକଙ୍କୁ କହିଥିଲେ। ଜାନୁଆରୀ ୧୫ ତାରିଖରେ ସେ ପ୍ରେମିକଙ୍କ କଥାରେ ଘରୁ ଲୁଚି ଭୁବନେଶ୍ୱର ଚାଲି ଆସିଥିଲେ ଓ ହଂସପାଳ ଅଞ୍ଚଳରେ ଥିବା ପ୍ରେମିକର ଘରେ ରହିଲେ। ଘରେ ପ୍ରେମିକର ବାପା, ମାଆ ଓ ସାନ ଭାଇ ମଧ୍ୟ ରହୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ବିବାହ ହୋଇନଥିଲା।

ତେବେ ସାତ ଜନମକୁ ଜୀବନ ସାଥୀ ହେବାର ପ୍ରତିଶ୍ରୁତି ଦେଇ ଏକାଠି ହୋଇଥିବା ପ୍ରେମୀଯୁଗଳଙ୍କ ପ୍ରେମ ମାସେ ମଧ୍ୟ ତିଷ୍ଠି ପାରିନଥିଲା। ଟିକେ ଟିକେ କଥାରେ ସ୍ମିତାଙ୍କୁ ପିଟୁଥିଲେ ତାଙ୍କ ପ୍ରେମିକ। ବିଳମ୍ୱିତ ରାତିରେ ମଦ ପିଇ ଘରକୁ ଆସି ସ୍ମିତାଙ୍କୁ ଗାଳିଗୁଲଜ କରିବା ସହ ବାଡ଼ାବାଡ଼ି କରୁଥିଲେ। ଏପରିକି ପ୍ରେମିକର ମାଆ ମଧ୍ୟ ସ୍ମିତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ତେବେ ନିର୍ଯାତନା ଅସହ୍ୟ ହେବାରୁ ସ୍ମିତା ଆଜି ଘର ଛାଡ଼ି ଭୁବନେଶ୍ୱର ବସ୍‌ଷ୍ଟାଣ୍ଡକୁ ଚାଲି ଆସିଥିଲେ। ଏଠାରୁ ସେ ନିଜ ଘରକୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ। ହେଲେ ପରିବାର ଲୋକେ ଝିଅର ଫୋନ୍ ରିସିଭ୍ କଲେ ସତ, କିନ୍ତୁ ତାଙ୍କୁ ଆଉ ଘରକୁ ଫେରେଇ ଆଣିବାକୁ ରାଜି ହୋଇନଥିଲେ। ତେଣୁ ସେ ଆଉ ଘରକୁ ଫେରିପାରି ନଥିଲେ। ଶେଷରେ ବସ୍‌ଷ୍ଟାଣ୍ଡ ପାଖାପାଖି ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି।



from Odisha Reporter https://ift.tt/2ImiFp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages