
ଦୁବାଇ: ୟୁଏଇ କୋଚ୍ ଇରଫାନ୍ ଅନସାରୀଙ୍କୁ ଆଇସିସି କ୍ରିକେଟ୍ରୁ ୧୦ ବର୍ଷ ପାଇଁ ବାସନ୍ଦ କରିଛି। ଆଇସିସି ଦୁର୍ନୀତି ନରୋଧ ନିୟମକୁ ଇରଫାନ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଏଭଳି ଦଣ୍ଡାଦେଶ ଦିଆଯାଇଛି। ଦଣ୍ଡ ଅନୁଯାୟୀ, ଆଇସିସି ତାଙ୍କୁ ୧୦ ବର୍ଷ ପାଇଁ କ୍ରିକେଟ୍ର ସବୁ ପ୍ରକାରର ଫର୍ମାଟରୁ ବାସନ୍ଦ କରିଛି।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି “ଆଇସିସିର ଭ୍ରଷ୍ଟାଚାର ନିରୋଧ ଆଇନ୍ର ଉଲ୍ଲଙ୍ଘନ କରିଥିବାରୁ ଇରଫାନ୍ଙ୍କୁ ଦଣ୍ଡିତ କରାଯାଇଛି। ୨୦୧୭ ଅକ୍ଟୋବର ମାସରେ ୟୁଏଇରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ, ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳା ଯାଇଥିଲା।
ଏହି ସମୟରେ ଇରଫାନ୍ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପାଖକୁ ଯିବା ସହ ତାଙ୍କୁ ମ୍ୟାଚ୍ ଫିକ୍ସିଂ କରିବାକୁ ପ୍ରବର୍ତ୍ତାଇଥିଲେ। ସର୍ଫରାଜ ଏନେଇ ତୁରନ୍ତ ଆଇସିସିର ଦ୍ୱାରସ୍ଥ ହୋଇଥିଲେ। ଆଇସିସିର ଭ୍ରଷ୍ଟାଚାର ନିରୋଧ କମିଟି ଏହାର ତଦନ୍ତ କରି ଇରଫାନଙ୍କ ବିରୋଧରେ ପ୍ରମାଣ ହାସଲ କରିଥିଲା। ଉକ୍ତ ପ୍ରମାଣ ଆଧାରରେ ଇରଫାନ୍ଙ୍କୁ ଦଣ୍ଡିତ କରାଯାଇଛି।”
from Odisha Reporter https://ift.tt/2T7FGQT
No comments:
Post a Comment