ଦିନରେ ଗରମ ଓ ରାତିରେ ଶୀତ, ୧୫ରୁ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଦିନରେ ଗରମ ଓ ରାତିରେ ଶୀତ, ୧୫ରୁ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଓଡ଼ିଶାରେ ଏକ ଅଜବ ପାଣିପାଗ ଅନୁଭୂତ ହେଉଛି। ଦିନରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ରାତି ସମୟରେ ପ୍ରବଳ ଥଣ୍ଡା ଲାଗୁଛି। ସେହିପରି ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ୧୪ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ମଧ୍ୟ ଅନୁଭୂତ ହୋଇପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ପକ୍ଷରୁ କୁହାଯାଇଛି।

ସିଇସି ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଏବଂ ଅନୁଗୁଳ ଜିଲ୍ଲାରେ ଆସନ୍ତା ୧୫ ଓ ୧୬ ତାରିଖରେ ବର୍ଷା ଓ ଝଡ଼ ତୋଫାନ୍ ହେବାର ସମ୍ଭାବନା ରହିଛି। ସେହିପରି ଫେବୃଆରୀ ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପାଗ ଖରାପ ରହିପାରେ। ପୁନଶ୍ଚ ଆଭ୍ୟନ୍ତରୀଣ ଓଡ଼ିଶାରେ ଫେବୃଆରୀ ୧୪ ତାରିଖରେ କୁହୁଡ଼ି ମଧ୍ୟ ଦେଖାଦେଇପାରେ ବୋଲି ସିଇସି ଆକଳନ କରିଛି।

ଦିନରେ ଗରମ ଓ ରାତିରେ ଥଣ୍ଡା ପଛର କାରଣ ସମ୍ପର୍କରେ ସୂଚନା ଦେଇ ସିଇସି ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ କ୍ରମାଗତ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ଏପରି ହେଉଛି। ଏ ବର୍ଷ ମଧ୍ୟ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ବାରମ୍ବାର ପୂର୍ବ ଭାରତ ମୁହାଁ ହେଉଛି ଯାହା ପୂର୍ବରୁ ଦେଖାଯାଇ ନଥିଲା। ଏଥିସହ ଦିନରେ ସୂର୍ଯ୍ୟ ତାପ ପ୍ରଖର ରହୁଥିବାରୁ ଗରମ ବଢ଼ିବାରେ ଲାଗିଛି। କିନ୍ତୁ ରାତିରେ ସାମୁଦ୍ରିକ ପବନ ବହିବା ବନ୍ଦ ହେବା ସହ ଆକାଶ ନିର୍ମଳ ରହୁଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ବୋଲି କୁହାଯାଇଛି।



from Odisha Reporter http://bit.ly/2E4aQQU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages