ଆରମ୍ଭ ହେଲା ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ, ଜନତା କରିବେ ବିଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଆରମ୍ଭ ହେଲା ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ, ଜନତା କରିବେ ବିଚାର

samirmohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରର ‘ଦୁର୍ନୀତି, ଅପାରଗତା ଓ ପ୍ରିୟାପ୍ରୀତି ତୋଷଣ’ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନ ୩ଟି ଲୋକସଭା ମଣ୍ଡଳୀରେ ଏହି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହା ଚଳିତମାସ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟର ମଧ୍ୟ ଆଜି ଦଳ ପକ୍ଷରୁ ରିଲିଜ୍ କରାଯାଇଛି।

ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ୧୯ବର୍ଷର ସ୍ଥାଣୁ, ଅପାରଗ, ଦୁର୍ନୀତିଖୋର ସରକାର ବିରୋଧରେ ଅଭିଯୋଗର ଏକ ଲମ୍ବା ତାଲିକା ରହିଛି। ଏହି ତାଲିକା ପଞ୍ଚାୟତରୁ ବ୍ଲକ୍ ଓ ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି । ପୌର ପରିଷଦରୁ ମ୍ୟୁନିସପାଲଟି କର୍ପୋରେସନ ପର୍ଯ୍ୟନ୍ତ ଏହି ଦୁର୍ନୀତି ଲମ୍ବିଛି। ଏହି ଲମ୍ବା ତାଲିକାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହା ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏହା ରାଜ୍ୟର ସମସ୍ତ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ।

ଏହି ଅଦାଲତରେ ପ୍ରତ୍ୟେକ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶରେ ସ୍ଥାଣୁତା ଓ ଅପାରଗତାକୁ ପଦାକୁ ଅଣାଯିବ। ସାଧାରଣ ଜନପ୍ରତିନିଧି ଓ ବିଜେଡିର ବ୍ଲକ ଅଧ୍ୟକ୍ଷଙ୍କଠୁ ଆରମ୍ଭ ସରପଞ୍ଚ, ବିଧାୟକ ଓ ସାଂସଦମାନଙ୍କ ଦୁର୍ନୀତି ଓ ଅପାରଗତା ଯୋଗୁ ସାଧାରଣ ଲୋକମାନେ କିଭଳି ଅବହେଳିତ ହୋଇ ରହିଛନ୍ତି ତା’ର ଏକ ୧୫ମିନିଟର ଭିଡିଓକୁ ତଥ୍ୟପ୍ରମାଣ ସହ ଲୋକଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହି ଜନ ଅଦାଲତ କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କୁ ଏକ କୋର୍ଟ ରୁମ ପରିସରରେ ବସାଇବା ସଙ୍ଗେସଙ୍ଗେ ସାଙ୍କେତିକ ଭାବେ ଜଣେ ଜଜଙ୍କୁ ବସାଯିବାର ବ୍ୟବସ୍ଥା କରାଯାଇଛି। ଉପସ୍ଥିତ ଲୋକମାନେ ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତି ରହିଥିବା ଅଭିଯୋଗକୁ ସେଠାରେ ଉପସ୍ଥାପନ କରିବେ ଓ ଜଜ୍ ଏହାର ଶୁଣାଣି କରିବେ। ପରେ ସେହି ସାଙ୍କେତିକ ଜଜ୍ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅପାରଗ ବିଜେଡି ସରକାରକୁ ପରିବର୍ତ୍ତନ କରିବା ପାଇଁ ଶପଥ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଜନ ଅଦାଲତ କାର୍ଯ୍ୟକ୍ରମ ଆଜି ବ୍ରହ୍ମପୁର, ପୁରୀ ଓ କଳାହାଣ୍ଡିରେ ହୋଇଥିବାବେଳେ ଆସନ୍ତା କାଲି ମୟୂରଭଞ୍ଜ, ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ୧୩ତାରିଖରେ ଢେଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ୧୪ତାରିଖରେ ବରଗଡ଼, କଟକ ଏବଂ କନ୍ଧମାଳ, ୧୫ତାରିଖରେ ବାଲେଶ୍ୱର, କୋରାପୁଟ, ସୁନ୍ଦରଗଡ଼, ୧୬ରେ ଭଦ୍ରକ ଏବଂ ବଲାଙ୍ଗିର ଓ ୧୭ତାରିଖରେ ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2GDU4tl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages