ଅଧିକ ବାଉଣ୍ଡରୀ ପାଇଁ ରାଜସ୍ଥାନକୁ ହରାଇଲା ଗୁଜରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଅଧିକ ବାଉଣ୍ଡରୀ ପାଇଁ ରାଜସ୍ଥାନକୁ ହରାଇଲା ଗୁଜରାଟ୍‌

ସୁରଟ: ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ୍‌ ପ୍ରେମୀ ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ପାଇଛନ୍ତି। ଏହି ମ୍ୟାଚ୍‌ରେ ଅଧିକ ବାଉଣ୍ଡରୀ ମାରିଥିବାରୁ ଗୁଜରାଟ୍ ପ୍ରତିପକ୍ଷ ରାଜସ୍ଥାନକୁ ପରାସ୍ତ କରିବାରେ ସକ୍ଷମ ହୋଇଛି।

ପ୍ରଥମେ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଟାଇ ହୋଇଥିଲା। ଫଳରେ ନିୟମ ଅନୁଯାୟୀ ସୁପର ଓଭର ମଧ୍ୟ ଖେଳାଯାଇଥିଲା। କିନ୍ତୁ ସୁପର ଓଭର୍‌ରେ ମଧ୍ୟ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ କରିଥିଲେ।

ଶେଷରେ ମ୍ୟାଚ୍‌ର ଫଳାଫଳ ପାଇଁ କେଉଁ ଦଳ କେତୋଟି ବାଉଣ୍ଡରୀ ମାରିଛି, ତାକୁ ଗଣା ଯାଇଥିଲେ। ଏଥିରେ ରାଜସ୍ଥାନ ଅପେକ୍ଷା ଗୁଜରାଟ ଅଧିକ ବାଉଣ୍ଡରୀ ମାରିଥିବା ଜଣାପଡ଼ିଥିଲା। ତେଣୁ ଗୁଜରାଟକୁ ବିଜୟୀ ଘୋଷଣା କରାଯାଇଛି।

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ମଧ୍ୟ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ସାମନ ୧୪୩ ରନ୍‌ କରିଥିଲା।

ଏହାପରେ ସୁପର ଓଭର୍‌ ଖେଳା ଯାଇଥିଲା। ଏଥିରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୪ ରନ୍‌ କରିଥିଲା। ଏହାର ଜବାବରେ ରାଜସ୍ଥାନ ମଧ୍ୟ ଗୋଟିଏ ଓଭର୍‌ରେ ୨ଟି ୱିକେଟ ହରାଇ ସମାନ ୪ ରନ୍‌ କରିଥିଲା।



from Odisha Reporter https://ift.tt/2GZFJrw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages