‘ଟୋଟାଲ୍‌ ଧମାଲ’କୁ ବର୍ଷର ସବୁଠୁ ବଡ଼ ମନୋରଞ୍ଜନଧର୍ମୀ ଫିଲ୍ମ କହିଲେ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

‘ଟୋଟାଲ୍‌ ଧମାଲ’କୁ ବର୍ଷର ସବୁଠୁ ବଡ଼ ମନୋରଞ୍ଜନଧର୍ମୀ ଫିଲ୍ମ କହିଲେ ଦର୍ଶକ

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ ଧମାଲକୁ ମିଳୁଛି ଦର୍ଶକଙ୍କ ଥମ୍ସଅପ୍। ସାରା ଦେଶରେ ଫିଲ୍ମକୁ  ବହୁତ ପ୍ରଶଂସା ମିଳୁଛି। ସୋଶାଲ ମିଡିଆରେ ବି ଫିଲ୍ମକୁ ବେଶ୍ ପ୍ରଶଂସା କରାଯାଉଛି। କିଛି ଦର୍ଶକ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଛନ୍ତି। ତେବେ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି ‘ଟୋଟାଲ ଧମାଲ’। ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୧୬ କୋଟି ୫୦ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଫିଲ୍ମଟିକୁ ଭାରତର ୩ହଜାର ୭୦୦ଟି ସ୍କ୍ରିନ୍‌ ଓ ବିଦେଶରେ ୭୮୬ଟି ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି। ତେବେ ୱିକେଣ୍ଡରେ ଏହା ଭଲ ଆୟ କରିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

ଧମାଲ ପ୍ରାଞ୍ଚାଇଜ୍‌ର ଏହା ହେଉଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏଥିରେରେ ନବେ ଦଶକର ହିଟ୍‌ ଯୋଡ଼ି ଅନୀଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଅଜୟ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି।



from Odisha Reporter https://ift.tt/2ty8407

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages