
ନୂଆଦିଲ୍ଲୀ: ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ଆଲୋଚନା କରିଛନ୍ତି। ତୃଣମୂଳ କଂଗ୍ରେସ ଆହ୍ୱାନରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଅହମ୍ମଦ ପଟେଲ, ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓ ବ୍ରିଏନ୍, ଟିଡିପି ମୁଖ୍ୟ ଅନ. ଚନ୍ଦ୍ରବାବୁ ନାଇଡୁ, ଏନ୍ସିପି ନେତା ଓ ଆରଜେଡି ନେତା ଯୋଗ ଦେଇଥିଲେ।
ଇଭିଏମରେ ଟାମ୍ପରିଂ ହେଉଥିବାରୁ ପୁଣିଥରେ ବାଲଟ୍ ପେପର୍ ପ୍ରଚଳନ କରିବାକୁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି। ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯାଇଥିଲେ ବି ଏହା ଅଗ୍ରାହ୍ୟ ହୋଇଯାଇଛି।
from Odisha Reporter http://bit.ly/2Rx2R2n
No comments:
Post a Comment