ଅଫିସ୍‌ କ୍ୟାଣ୍ଟିନ୍‌ରେ ଖାଉଛନ୍ତି କି ! ରୁହନ୍ତୁ ସାବଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଅଫିସ୍‌ କ୍ୟାଣ୍ଟିନ୍‌ରେ ଖାଉଛନ୍ତି କି ! ରୁହନ୍ତୁ ସାବଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଘରୁ ଅଫିସ୍‌ ଆସିବା ସମୟରେ ବିଳମ୍ୱ ହେତୁ ଖାଦ୍ୟ ଆଣିବା ପାଇଁ ଭୁଲି ଯାଆନ୍ତି ଏବଂ ଅଫିସ୍‌ କ୍ୟାଣ୍ଟିନ୍‌ରେ ହିଁ ଲଞ୍ଚ କରିନିଅନ୍ତି। ଏଇତା ତ !

ହୁଁ, ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ନିୟମିତ ଏମିତି କରୁଥିଲେ ଟିକେ ସାବଧାନ ଥିବେ। ନ ହେଲେ ନେଡିଗୁଡ କହୁଣୀକୁ ବୋହିଯିବ ଯେ।

ଏକ ନୂଆ ଗବେଷଣାରୁ ଜଣାପଡିଛି, ଅଫିସ୍‌ କ୍ୟାଣ୍ଟିନ୍‌ ଖାଦ୍ୟ ଆପଣଙ୍କୁ ମୋଟା କରିପାରେ। ବିଶେଷଜ୍ଞଙ୍କ ମତରେ, ଅଫିସ୍‌ ଓ କାଫେଟେରିଆରେ ମିଳୁଥିବା ଖାଦ୍ୟ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆମେରିକାର ଅଫିସ୍‌ରେ ଖାଉଥିବା କିଛି ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ, ଅଫିସ୍‌ କ୍ୟାଣ୍ଟିନ୍‌ ଖାଦ୍ୟରେ କ୍ୟାଲୋରୀ, ଲୁଣ, ଫ୍ୟାଟ୍‌ ଏବଂ ସୁଗାର୍‌ ଅଧିକ ମାତ୍ରାରେ ରହିଥାଏ।

ଏଥିରେ ପିଜା, ସପ୍ଟ ଡ୍ରିଙ୍କସ୍‌, କୁକିଜ୍‌, ବ୍ରାଉନିଜ୍‌, କେକସ୍‌ ଏବଂ କ୍ୟାଣ୍ଡି ସାମିଲ୍‌ ଥାଏ। ‘Journal of the Academy of Nutrition and Dietetics’ରେ ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, ପ୍ରତି ସପ୍ତାହରେ ଏହି ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ୧୩୦୦ କ୍ୟାଲୋରୀ ଖାଦ୍ୟ ଅଧିକ ଯାଇଥାଏ। ଯାହା ଆପଣଙ୍କୁ ମୋଟା କରିଦିଏ।

ଏହି ଗବେଷଣାର ଲେଖକ ଷ୍ଟିଫେନ୍‌ ଓନ୍‌ଫ୍ରେକ୍‌ଙ୍କ କହିବା ଅନୁସାରେ ସବୁଠାରୁ ଅଧିକ କ୍ଷତିକାରକ କ୍ୟାଲୋରୀ ଅଫିସ୍‌ରେ ହେଉଥିବା ସୋଶାଲ୍‌ ଇଭେଣ୍ଟସ୍‌ ଓ ମିଟିଙ୍ଗ୍‌ର ମାଗଣା ଖାଦ୍ୟରେ ରହିଥାଏ। ଓନ୍‌ଫ୍ରେକ୍‌ ତାଙ୍କ ଗବେଷଣାରେ ଏକ ସପ୍ତାହର ଖାଇବା ପିଇବାକୁ ନେଇ କରିଥିଲେ।

ଗବେଷଣାରେ ଏହା ଜାଣିବାକୁ ମିଳିଥିଲା ଯେ, ୨୩ ପ୍ରତିଶତ କର୍ମଚାରୀ ଅଫିସ୍‌ର ଖାଦ୍ୟ ଖାଉଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୯ ପ୍ରତିଶତ କର୍ମଚାରୀ କ୍ୟାଣ୍ଟିନ୍‌ରୁ କିଣି ଖାଇଥାନ୍ତି। ଏହା ମଧ୍ୟ ଜଣାପଡ଼ିଥିଲା ଯେ, ସବୁଠାରୁ ଅଧିକ କ୍ୟାଲୋରୀ ଯାଉଥିବା ଖାଦ୍ୟ ମଧ୍ୟରେ ସପ୍ଟ ଡ୍ରିଙ୍କସ୍‌, ସାଣ୍ଡୱିଚ୍‌, ଚିପସ୍‌, ପେଷ୍ଟି ଓ ଚକୋଲେଟ୍‌ ରହିଥିଲା।



from Odisha Reporter http://bit.ly/2WyEkNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages