ସହପାଠୀଙ୍କୁ ଭଲ ପାଉଥିଲେ ବୋଲି ଝିଅକୁ ମାରିଦେଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ସହପାଠୀଙ୍କୁ ଭଲ ପାଉଥିଲେ ବୋଲି ଝିଅକୁ ମାରିଦେଲା ବାପା

ପ୍ରକାଶମ(ଆନ୍ଧ୍ରପ୍ରଦେଶ): ଭିନ୍ନ ଜାତିର ପୁଅକୁ ପ୍ରେମ କରିବା ଜଣେ କଲେଜ ପଢ଼ୁଆ ୨୦ ବର୍ଷୀୟ ଝିଅଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାପାଙ୍କ ଆକଟ ସତ୍ତ୍ୱେ୨୦ ବର୍ଷୀୟ ବୈଷ୍ଣବୀ ତାଙ୍କର ଜଣେ ସହପାଠୀଙ୍କୁ ଭଲ ପାଉଥିଲେ। ହେଲେ ଏକଥା ତାଙ୍କ ବାପା ଭେନକା ରେଡ୍ଡୀ ଜାଣିବା ପରେ ସେ ଅତ୍ୟନ୍ତ ନିର୍ମମ ଭାବେ ଝିଅ ବୈଷ୍ଣବୀଙ୍କୁ ହତ୍ୟା କରିଛନ୍ତି। ପଡ଼ୋଶୀ ଘରର ଲୋକମାନେ ବୈଷ୍ଣବୀଙ୍କ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଝିଅର ପ୍ରେମ ସମ୍ପର୍କକୁ ନେଇ ଭେନକା ଓ ବୈଷ୍ଣବୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହାପରେ ଭେନକା ରାଗିଯାଇ ଝିଅ ବୈଷ୍ଣବୀର ତଣ୍ଟି ଚିପି ହତ୍ୟା କରିଥିଲା। ପୁଲିସ୍‌ ଏହି ଘଟଣା ପରେ ଭେନକାକୁ ଗିରଫ କରିଛି।

ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,“ବୈଷ୍ଣବୀ ଯେଉଁ ପୁଅକୁ ଭଲ ପାଉଥିଲେ, ତାଙ୍କ ସହ ଫେରାର ହେବାକୁ ଉଦ୍ୟମ କରୁଥିବା ଭେନକା ସନ୍ଦେହ କରିଥିଲେ। ଏହାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ଏପରି ସ୍ଥିତିକୁ ଚାଲି ଯାଇଥିଲା ଯେ ଭେନକା ଝିଅର ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲେ।”



from Odisha Reporter http://bit.ly/2GnQMul

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages