ୟୁପି ପରେ ମଧ୍ୟପ୍ରଦେଶ: ଗୋ-ହତ୍ୟା ପାଇଁ ଏନ୍‌ଏସ୍‌ଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ୟୁପି ପରେ ମଧ୍ୟପ୍ରଦେଶ: ଗୋ-ହତ୍ୟା ପାଇଁ ଏନ୍‌ଏସ୍‌ଏ

ଭୋପାଲ: ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ଓ ଗୁରୁତର ଅପରାଧ ପାଇଁ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେଉଥିବା ଜାତୀୟ ନିରାପତ୍ତା ଆଇନ୍(ଏନ୍ଏସ୍ଏ) ଏବେ ଗୋହତ୍ୟା ପାଇଁ ଲାଗୁ ହୋଇଛି। ପୂର୍ବରୁ ଏନ୍ଏସ୍ଏରେ ୩ ଜଣ ଗୋ ହତ୍ୟାକାରୀଙ୍କୁ ଉତ୍ତର ପ୍ରଦେଶରେ ଗିରଫ କରାଯାଇଥିବା ବେଳେ ଆଜି ମଧ୍ୟପ୍ରଦେଶରେ ଏହାର ପୁନରାବୃତ୍ତି ଘଟିଛି।

ଆଜି ମଧ୍ୟପ୍ରଦେଶ ପୁଲିସ୍ ୩ ଜଣ ଗୋ-ହତ୍ୟାକାରୀଙ୍କୁ ଏନ୍ଏସ୍ଏ ଆଇନ୍ ବଳରେ ଗିରଫ କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ଏଭଳି ଗିରଫଦାରୀ ପ୍ରଥମ ଘଟଣା।

ଖଣ୍ଡୱା ସ୍ଥିତ ମୋଘାଟଠାରେ ଗୋ-ହତ୍ୟା ଚାଲିଥିବା ପୁଲିସ୍ ଖବର ପାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। କିନ୍ତୁ ସେଠାରେ ଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ପୁଲିସ୍ ପରେ ପ୍ରଥମେ ନଦୀମ ଓ ଶକିଲ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏହାପରେ ଆଜାମ ନାମକ ଆଉ ଜଣଙ୍କୁ ମଧ୍ୟ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଖଣୱା ଏକ ସମ୍ବେଦନଶୀଳ ଅଞ୍ଚଳ ଅଟେ। ଏଠାରେ ଅଭିଯୁକ୍ତମାନେ ଗୋ-ହତ୍ୟା କରିଥିବାରୁ ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ ହୋଇଛି।

ପୂର୍ବରୁ ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତଦେହ ମିଳିଥିବାରୁ ୩ ଜଣଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ ହୋଇଥିଲା।



from Odisha Reporter http://bit.ly/2SAv0u1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages