୧୨ ବର୍ଷ ପିଲାର ମୃତଦେହକୁ ମିଳିଲାନି କାନ୍ଧ, ଠେଲାଗାଡ଼ିରେ ବୁହା ହେଲା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

୧୨ ବର୍ଷ ପିଲାର ମୃତଦେହକୁ ମିଳିଲାନି କାନ୍ଧ, ଠେଲାଗାଡ଼ିରେ ବୁହା ହେଲା 

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟରେ ପୁଣି ଏକ ମୃତଦେହକୁ କାନ୍ଧ ମିଳିନି।ଶେଷରେ ଠେଲା ଗାଡ଼ିରେ ମୃତଦେହ ବୁହା ଯାଇ ପୋତା ଯାଇଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। ଏକ ୧୨ ବର୍ଷର ବାପ ଛେଉଣ୍ଡ ପିଲାର ମୃତଦେହକୁ କେହି କାନ୍ଧ ଦେବାକୁ ଆସିନାହାନ୍ତି। ଫଳରେ ତା’ର ଅସହାୟ ମାଆ ଏକ ଠେଲାଗାଡ଼ିରେ ମୃତଦେହ ନେଇ ପୋତି ଦେଇଛନ୍ତି।

ସୂଚନା ଅନୁସାରେ ମୃତକ ହେଲା ପିଣ୍ଟୁ ମହାରଣା। ପିଣ୍ଟୁ ନିଜ ମା’ ଓ ଭଉଣୀ ସହ ରହୁଥିଲା। ଅତ୍ୟନ୍ତ ଗରିବ ହୋଇଥିବା ପିଣ୍ଟୁର ମାଆ ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ବେଢ଼ାରେ ଝାଡ଼ୁମାରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି।

ପିଣ୍ଟୁ ଅପସ୍ମାର ରୋଗରେ ପୀଡ଼ିତ ଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଥିଲା।

ପିଣ୍ଟୁର ପରିବାରରେ କେହି ପୁରୁଷ ନଥିବା ବେଳେ ଅତ୍ୟନ୍ତ ଗରିବ ହୋଇଥିବାରୁ ଆଖପାଖରୁ କେହି ତା’ ଶବକୁ କାନ୍ଧ ଦେବାକୁ ଆସି ନଥିଲେ। କାନ୍ଧ ଦେବା ବଦଳରେ କିଛି ଗ୍ରାମବାସୀ ମୃତଦେହ ନେବାକୁ ଏକ ଠେଲାଗାଡ଼ି ଠିକ କରିଦେଇଥିଲେ। ଏହାପରେ ଉକ୍ତ ଠେଲାଗାଡ଼ିରେ ମୃତଦେହ ମୁନିଖୋଲ ଶ୍ମଶାନକୁ ନେଇ ପୋତା ଯାଇଥିଲା।

ତେବେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ କାନ୍ଧରେ ନିଆଯିବା କଥା। ହେଲେ ଏଠାରେ ଏକ ବାପ ଛେଉଣ୍ଡ ଗରିବ ପରିବାରର ଛୋଟ ପିଲାର ମୃତଦେହକୁ ଗ୍ରାମବାସୀ ସମ୍ମାନର ସହ ବିଦାୟ ନଦେଇ ଠେଲା ଗାଡ଼ି ଯୋଗାଡ଼ କରି ଶ୍ମଶାନ ପଠାଇ ଦେବା ସେମାନଙ୍କ ମଣିଷପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଶବକୁ କାନ୍ଧ ନମିଳିବା ଘଟଣା ରାଜ୍ୟରେ ନୂଆ କଥା ନୁହେଁ। ରାଜ୍ୟର ଅନ୍ୟ ଅଞ୍ଚଳରୁ ମଧ୍ୟ ଏପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି।



from Odisha Reporter http://bit.ly/2sXZ5VT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages