ହସିଦେବାରୁ ଛୁରାମାଡ଼, ୪ ଯୁବକ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ହସିଦେବାରୁ ଛୁରାମାଡ଼, ୪ ଯୁବକ ଗୁରୁତର

ପାରାଦୀପ (ରମାକାନ୍ତ ନାୟକ): ବାଇକ୍‌ରେ ଷ୍ଟଣ୍ଟ କରୁଥିବା ବେଳେ ପଡ଼ିଗଲେ। ଏହା ଦେଖି ହସିଦେବାରୁ ୪ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ଗୁରୁତର ଆହତ ଯୁବକମାନଙ୍କୁ ପାରାଦୀପ ପୋର୍ଟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ।

ପାରାଦୀପ ମେରାଇନ୍‌ ଥାନା ଅଞ୍ଚଳର ମେରାଇନ୍‌ ଡ୍ରାଇଭ୍‌ରେ ୪ ଜଣ ଯୁବକ ୨ଟି ବାଇକ୍‌ରେ ଷ୍ଟଣ୍ଟ କରୁଥିଲେ। ଫଳରେ ସେମାନେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ମଧୁବନ ଅଞ୍ଚଳର ବିକାଶ ଗୋଚ୍ଛାୟତ, ସତ୍ୟଜିତ ସାହୁ, କରଣ ଦାସ ଓ ସରୋଜ ସାହୁ ହସି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଷ୍ଟଣ୍ଟ କରୁଥିବା ଯୁବକମାନେ ସେମାନଙ୍କୁ ଛୁରାମାଡ଼ କରିଥିଲେ। ଫଳରେ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମାତ୍ର ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।



from Odisha Reporter http://bit.ly/2Sippcm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages