ବିବାହ ବାର୍ଷିକୀରେ ଠୁମ୍‌କା ଲଗାଇଲେ ବୃଦ୍ଧ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ବିବାହ ବାର୍ଷିକୀରେ ଠୁମ୍‌କା ଲଗାଇଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍‌ ହୁଏ। ଯାହା ଆପଣଙ୍କୁ ଖୁବ୍‌ ପସନ୍ଦ ହୁଏ।  ପ୍ରତିଦିନ କିଛି ନା କିଛି ମଜାଳିଆ ଭିଡ଼ିଓ ଭାଇରାଲ ହୁଏ ସୋଶାଲ୍‌ ମିଡିଆରେ। ନିକଟରେ ସେମିତି ଏକ ସୁନ୍ଦର ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ଜଣେ ବୃଦ୍ଧ ଶିଖ୍‌ ଦମ୍ପତିଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି।

ପଞ୍ଜାବୀ ଗୀତର ତାଳେ ତାଳେ ଦୁହିଁଙ୍କୁ ଅଣ୍ଟା ହଲେଇବାର ଦେଖିବାକୁ ମିଳୁଛି। ନିଜର ୫୦ତମ ବିବାହ ବାର୍ଷିକୀରେ ଦମ୍ପତ୍ତିଙ୍କୁ ଏମିତି ଠୁମ୍‌କା ଲଗାଇବାର ଦେଖିବାକୁ ମିଳିଛି। ଭିଡିଓକୁ ଉକ୍ତ ଦମ୍ପତିଙ୍କ ଝିଅ ୟୁଟ୍ୟୁବ୍‌ରେ ଶେଆର କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି।  ଯାହାକୁ ଏ ପର୍ଯ୍ୟନ୍ତ ୧୦,୬୮୨ଜଣ ବ୍ୟକ୍ତି ଦେଖିସାରିଲେଣି। ୟୁଟ୍ୟୁବ୍‌ରେ ପୋଷ୍ଟ ହେବା ପରେ ଟୁଇଟ୍‌ରରେ ମଧ୍ୟ ଏହାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଭିଡିଓଟି ଟୁଇଟ୍‌ରରେ ଘୁରି ବୁଲୁଛି। ଦେଶ ବିଦେଶର ଲୋକମାନେ ବୃଦ୍ଧ ଦମ୍ପତିଙ୍କ ଏଭଳି ନୃତ୍ୟ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି ।

 



from Odisha Reporter http://bit.ly/2Su5zdt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages