
ଖୋର୍ଦ୍ଧା (ବଳରାମ ଲେଙ୍କା): ନାଁ ତା’ର ରାମଚନ୍ଦ୍ର। ହେଲେ କାମ ରାବଣର। ଏହା ସତ୍ୟଯୁଗର ରାମ, ରାବଣ କଥା ନୁହେଁ। ସତ୍ୟ ଯୁଗର ରାମଚନ୍ଦ୍ର ଥିଲେ ଦିବ୍ୟ ପୁରୁଷ। ଧରାପୃଷ୍ଟରୁ ପାପ ନାଶ କରିବାକୁ ଅସ୍ତ୍ର ଧରିଥିଲେ। ରାବଣ, ମାଆ ସୀତାଙ୍କୁ ହରଣ କରିଥିଲେ ସତ, ହେଲେ ଥିଲେ ଦିବ୍ୟ ଜ୍ଞାନୀ। ସେ ଜାଣିଥିଲେ, ମାତା ସୀତାଙ୍କୁ ହରଣ କଲେ ହିଁ ସେ ମୁକ୍ତି ପାଇବେ। ତେଣୁ ସେ ଏ ପାପ କରିଥିଲେ। ହେଲେ ଏ ହେଉଛି କଳିଯୁଗର ରାମଚନ୍ଦ୍ରର କଳଙ୍କିତ କାହାଣୀ। ନିଜର କାମନା ବାସନା ପୂରଣ କରିବାକୁ ଏକ କୋମଳମତି ଶିଶୁକୁ ଉଠାଇ ନେଲା ନିର୍ଜନ ନିଃଶବ୍ଦ ସ୍ଥାନକୁ। ଆଉ ରାତିର ଅନ୍ଧାରରେ ନିଜ କାମ ବାସନାକୁ ତୁଷ୍ଟ କରିବାକୁ ଯାଇ ତା’ ଇଜ୍ଜତକୁ ଖିନ୍ଭିନ୍ କରିଦେଲା।
ଖୋର୍ଦ୍ଧାରୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ ହେବା ପରେ ଅଞ୍ଚଳରେ ଏମିତି ଚର୍ଚ୍ଚା ହେଉଛି।
ଗତକାଲି ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।
ଘଟଣା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ଆଜି ପୁଲିସ୍ ଅଭିଯୁକ୍ତ ରାମଚନ୍ଦ୍ରକୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀମାଇନା ପରେ ପୁଲିସ୍ ଅଭିଯୁକ୍ତକୁ ପଚରାଉଚରା କରୁଛି।
from Odisha Reporter http://bit.ly/2IbHALW
No comments:
Post a Comment