ଆରମ୍ଭରୁ ବୋଲ୍ଡ, ହେଲେ ପୂରାପୂରି ଫ୍ଲପ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ଆରମ୍ଭରୁ ବୋଲ୍ଡ, ହେଲେ ପୂରାପୂରି ଫ୍ଲପ୍‌ !

ମୁମ୍ୱାଇ: ନିଜର ବୋଲ୍ଡ ଲୁକ୍‌ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଶମିତା ସେଟ୍ଟି । କ୍ୟାରିଅର ଆରମ୍ଭରେ ବଲିଉଡ୍‌ରେ ତିଷ୍ଠିବା ପାଇଁ ଅତି ଛୋଟ କପଡ଼ାରେ ପରଦାକୁ ଆସିଥିବା ଏହି ସୁନ୍ଦରୀ ଅଭିନେତ୍ରୀ ବହୁଦିନ ଧରି ଏଠି ରାଜ୍‌ କରିବେ ବୋଲି ଚିନ୍ତା କରାଯାଉଥିଲା, ଯାହା ହୋଇ ପାରିଲା ନାହିଁ। ଅନେକ ଚେଷ୍ଟା ପରେ ମଧ୍ୟ ସେ ଫ୍ଲପ୍‌ ହେଲେ।

ଶମିତାଙ୍କର ଆଜି ହେଉଛି ୪୦ ତମ ଜନ୍ମଦିନ। ‘ମୋହବତେଁ’ରୁ କ୍ୟାରିୟର୍‌ର ଆରମ୍ଭ କରିଥିବା ଏହି ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ଆଉ କିଛି କଥା।

ପ୍ରଥମ ଫିଲ୍ମ ମହୋବତେଁ ପରେ ପରେ ଶମିତାଙ୍କ ବୋଲ୍ଡ ଇମେଜ୍‌କୁ ନେଇ ବଲିଉଡ୍‌ରେ ଅନେକ ଚର୍ଚ୍ଚା ହେଲା। ପ୍ରଥମ ଫିଲ୍ମ ହିଁ ତାଙ୍କୁ ବେଷ୍ଟ ଡେବ୍ୟୁ ଅଭିନେତ୍ରୀର ମାନ୍ୟତା ଦେଇ ପୁରସ୍କୃତ କଲା। ହେଲା ଏହା ପରେ କ୍ରମାଗତ ଫ୍ଲପ୍ ଫିଲ୍ମ ଦେଇଚାଲିଲେ ସେ।

ଶମିତା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରାଙ୍କର ସାନ ଭଉଣୀ। ଶମିତାଙ୍କର ଜନ୍ମ ୧୯୭୯ ମସିହା ୨ ଫେବୃଆରୀରେ।
ମାଙ୍ଗାଲୋରରେ ଜନ୍ମ ହୋଇଥିବା ଶମିତା ମଡେଲିଂରୁ କ୍ୟାରିଅର କରିଥିଲେ। ଏହା ସହ ସେ ଜଣେ ଇଣ୍ଟେରିୟର୍‌ ଡିଜାଇନର୍‌ ମଧ୍ୟ। କ୍ୟାରିୟର୍‌ ଆଗକୁ ଯିବା ପାଇଁ ସଂଘର୍ଷ କରୁଥିବା ଶମିତା ଅଚାନକ ଏକ ବିବାଦରେ ଛନ୍ଦି ହୋଇ ଯାଇଥିଲେ। ସୂଚନା ଅନୁସାରେ ଜଣେ ଫଟୋଗ୍ରାଫର୍‌ ତାଙ୍କର ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ। ଏହି ଫଟୋକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥିଲା ଏବଂ ଶମିତା ଚିନ୍ତାରେ ରହିଥିଲେ।

ମିଡିଆରେ ମଧ୍ୟ ତାଙ୍କ ଫଟୋ ଭାଇରାଲ୍‌ କରାଯାଇଥିଲା। କେବଳ ଏତିକି ନୁହେଁ, ମିଡିଆରେ ରିପୋର୍ଟରେ ଶମିତା ଓ ଅଭିନେତା ମନୋଜ ବାଜପେୟୀଙ୍କର ଆଫୟାର୍‌ କଥା ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହା ବ୍ୟତୀତ ଶମିତାଙ୍କର ହର୍‌ମନ୍‌ ବାବେଜା ଓ ଆଫତାବ ଶିବଦାସାନୀଙ୍କ ସହିତ ଆଫୟାର୍‌ ଥିବା ମଧ୍ୟ ଚର୍ଚ୍ଚା ହୁଏ। ଶମିତା ତାଙ୍କ ଫିଲ୍ମରେ ସର୍ବଦା କିସିଙ୍ଗ୍‌ ସିନ୍‌ ପାଇଁ ଲୋକପ୍ରିୟ ଥିଲେ।

ଫିଲ୍ମ ‘ଜହର୍‌’ରେ ଶମିତା ଇମ୍‌ରାନ୍‌ ହାସ୍‌ମୀଙ୍କ ସହିତ କାମ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍‌ ମଧ୍ୟ ହୋଇଥିଲା। ଏହା ପରେ ଶମିତା ‘ଫରେବ୍‌’, ‘ବେବଫା’, ‘ମୋହବତ ହୋ ଗଇ ହୈ ତୁମସେ’, ‘ହେ ବେବି’ ପରି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ଏତେ ସବୁ ଫିଲ୍ମ କରିବା ପରେ ମଧ୍ୟ ଶମିତାଙ୍କୁ ବଲିଉଡ୍‌ରେ ମନମୁତାବକ ସଫଳତା ମିଳିପାରି ନ ଥିଲା।

କେବଳ ହିନ୍ଦୀ ଫିଲ୍ମ ନୁହେଁ, ତେଲୁଗୁ ଫିଲ୍ମରେ ମଧ୍ୟ ଶମିତା କାମ କରିଛନ୍ତି। ଏପରିକି ଟିଭି ଶୋ’ ‘ବିଗବସ୍‌’ରେ ମଧ୍ୟ ସେ ଭାଗ ନେଇଥିଲେ। କିନ୍ତୁ ଭଉଣୀ ଶିଲ୍ପା ସେଟ୍ଟିଙ୍କର ବିବାହ ପାଇଁ ତାଙ୍କୁ ଅଧାରୁ ‘ବିଗବସ୍‌’ ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ‘ଝଲକ୍‌ ଦିଖ୍‌ଲା ଜା’ ସିଜନ୍‌ ୮ରେ ଦେଖିବାକୁ ମିଳିଥିଲା।

ଏସବୁ ପରେ ମଧ୍ୟ ଭଉଣୀ ଶିଳ୍ପାଙ୍କ ପରି ବଲିଉଡ୍‌ରେ ସେ ସଫଳ ହୋଇପାରିନଥିଲେ। ତେଣୁ ୨୦୧୧ରେ ସେ ସବୁଦିନ ପାଇଁ ବଲିଉଡ୍‌ରୁ ସନ୍ନ୍ୟାସ ନେଇଥିଲେ। ବର୍ତ୍ତମାନ ସେ ତାଙ୍କର ଇଣ୍ଟେରିୟର୍‌ ଡିଜାଇନିଂ କାମ କରୁଛନ୍ତି।

ନିକଟରେ ଶମିତା ରୋହିତ ସେଟ୍ଟିଙ୍କ ଶୋ’ ‘ଖତରୋଁ କି ଖିଲାଡି’ରେ ଭାଗ ନେଇଛନ୍ତି।



from Odisha Reporter http://bit.ly/2DPSlzG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages