
ରାଞ୍ଚି: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଚକ୍ରଧରପୁର ଥାନା ସୋମରା ନାଳ ନିକଟରେ ପୋଲ କାମ ଚାଲିଥିବା ବେଳେ ଲାଲବାହିନୀ ଆକ୍ରମଣ କରିଛନ୍ତି। ନକ୍ସଲଙ୍କ ଗୁଳିମାଡ଼ରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି।
ନକ୍ସଲମାନେ ଠିକା କ୍ୟାମ୍ପରେ ନିଆଁ ଲଗାଇ ଗୋଟିଏ ପ୍ରୋକ୍ଲିନ୍ ମେସିନ୍, ଡମ୍ପର ସହିତ ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି। ୧୨ରୁ ୧୪ ଜଣ ନକ୍ସଲ ଆସି ଏହି କାଣ୍ଡ କରିଥିବା ଜଣାପଡ଼ିଛି।
ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଆଶଙ୍କାରେ ପୁଲିସ ଏସ୍ଓପି ପାଳନ କରି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।
from Odisha Reporter http://bit.ly/2CYgSAA
No comments:
Post a Comment