ରାଫେଲ ଚୁକ୍ତିର ଗୁମର ଖୋଲିଲେ ସିଏଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ରାଫେଲ ଚୁକ୍ତିର ଗୁମର ଖୋଲିଲେ ସିଏଜି

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ରାଫେଲ ଡିଲ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରାଜନୀତିକ ମହଲରେ ଏହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇସାରିଥିବାବେଳେ ଏହି ପ୍ରସଙ୍ଗରେ ଶାସକ ଏନ୍‌ଡିଏକୁ ଟାର୍ଗେଟ୍‌ କରିବାପାଇଁ ବିରୋଧୀ କଂଗ୍ରେସ ଓ ଏହାର ସହଯୋଗୀ ଦଳଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି, ଯେଉଁମାନେ ଦାବି କରି ଆସୁଛନ୍ତି ଏହି ଚୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି।

୧୪୧ ପୃଷ୍ଠା ବିଶିଷ୍ଟ ସିଏଜି ରିପୋର୍ଟରୁ ୩୨ ପୃଷ୍ଠାରେ କେବଳ ରାଫେଲ ଡିଲ୍‌ ବାବଦରେ ବର୍ଣ୍ଣନା କରାଯାଇଥିବାବେଳେ ଏଥିରେ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ହୋଇଥିବା ଡିଲ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ବାବଦରେ ଏବଂ ୟୁପିଏ ସରକାର ସମୟରେ ହୋଇଥିବା ମୂଲଚାଲ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ମୋଦି ସରକାରଙ୍କ ଦାବି ସମୂହ ନ୍ୟାୟସଙ୍ଗତ ବୋଲି ଏଥିରେ କୁହାଯାଇଛି। ଏସବୁକୁ ନେଇ ଏକ ବିହଙ୍ଗାବଲୋକନ।

ୟୁପିଏଠାରୁ ଏନ୍‌ଡିଏର ଡିଲ୍‌ ଶସ୍ତା
ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏନ୍‌ଡିଏ ସମୟରେ ହୋଇଥିବା ରାଫେଲ ଡିଲ ୟୁପିଏଠାରୁ ଶସ୍ତା। ଅନ୍ୟପକ୍ଷରେ ୟୁପିଏ ଡିଲ ତୁଳନାରେ ଏନ୍‌ଡିଏର ଚୁକ୍ତି ପରିମାଣ କେନ୍ଦ୍ର ଦାବି କରୁଥିବା ୯% ନୁହେଁ ୨.୮୬% ଶସ୍ତା ବୋଲି ଜଣାଯାଇଛି। ଯଦିଓ ଏହା କେନ୍ଦ୍ରର ଦାବିଠାରୁ କମ୍‌ କିନ୍ତୁ ଶସ୍ତା ନିଶ୍ଚୟ, ଯାହାକି କଂଗ୍ରେସର ଲଗାତାର ଦାବିକୁ ଝଟ୍‌କା ସଦୃଶ।

ଭାରତ ପାଇଁ ପ୍ରଯୁଜ୍ୟ ଡିଜାଇନ୍‌ରେ ସଞ୍ଚୟ
ସିଏଜି ରିପୋର୍ଟ ଅନୁଯାୟୀ, ୟୁପିଏର ୧୨୬ ପ୍ଲେନ୍‌ ଡିଲ୍‌ ମୂଲଚାଲ ତୁଳନାରେ ଏନ୍‌ଡିଏ ୧୭.୦୮% ଅର୍ଥ ସଞ୍ଚୟ କରିପାରିଛନ୍ତି। ଭାରତୀୟ ଆବଶ୍ୟକତା ଏବଂ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ରାଫେଲ ଜେଟ୍‌ରେ୧୩ଟି ପରିବର୍ତ୍ତନ ଭାରତ ଚାହୁଁଥିଲା। ଏହି ଅପ୍‌ଗ୍ରେଡ୍‌ ବର୍ତ୍ତମାନ ଶସ୍ତା ହୋଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଡେଲିଭରୀ ଅବଧି ମଧ୍ୟ ୫ ମାସ କମ୍‌ କରିଦିଆଯାଇଛି। ସେହିଭଳି ଏସବୁ ଯୁଦ୍ଧ ବିମାନର ଫ୍ଲାଇ ଆୱେ ଦର ମଧ୍ୟ ୨୦୦୭ରେ ୟୁପିଏ ସ୍ଥିର କରିଥିବା ଦର ସହିତ ସମାନ ରହିଛି। ଯଦିଓ ଆଇନମନ୍ତ୍ରଣାଳୟ ସୋଭେରେନ୍‌ ଗ୍ୟାରେଣ୍ଟି ଚାହୁଁଥିଲେ, ଫ୍ରାନ୍ସ ସରକାର ‘ଲେଟର ଅଫ୍ କମ୍‌ଫର୍ଟ’ ଦେଇଛନ୍ତି। ଫ୍ରାନ୍ସ ଏସ୍କ୍ରୋ ଆକାଉଣ୍ଟ ଖୋଲିବାକୁ ଚାହୁଁନଥିବାରୁ ଏପରି କରିଥିବା ଜଣାଯାଇଛି। ୨୦୦୭ ମସିହାରେ ଡାସଲ୍ଟ ଆଭିଏସନ୍‌ ଚୁକ୍ତି ମୂଲ୍ୟର ୨୫% ଗ୍ୟାରେଣ୍ଟି ଆକାରରେ ଦେଇଥିଲା। ବର୍ତ୍ତମାନ ଏହା ନଥିବାରୁ ଡାସଲ୍ଟ ପାଇଁ ଆଶ୍ୱସ୍ତି ସଦୃଶ ହୋଇଛି।



from Odisha Reporter http://bit.ly/2IbYuKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages