ଶେଷ ଟେଷ୍ଟ ଜିତିଲା ଇଂଲଣ୍ଡ କିନ୍ତୁ ସିରିଜ୍‌ ରହିଲା ଇଣ୍ଡିଜ ନାଁରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଶେଷ ଟେଷ୍ଟ ଜିତିଲା ଇଂଲଣ୍ଡ କିନ୍ତୁ ସିରିଜ୍‌ ରହିଲା ଇଣ୍ଡିଜ ନାଁରେ

ସେଣ୍ଟ ଲୁସିଆ: ଆଗୁଆ ଘରୋଇ ୱେଷ୍ଟଇଣ୍ଡିଜ୍‌ଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ହାରିଯାଇଥିବା ଭ୍ରମଣକାରୀ ଇଂଲଣ୍ଡ ଶେଷରେ ତୃତୀୟ ମ୍ୟାଚ୍‌କୁ ଜିତିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ସିରିଜ୍‌ଟି ୨-୧ରେ ଇଣ୍ଡିଜ୍‌ ସପକ୍ଷରେ ଯାଇଛି।

ପ୍ରଥମ ଦୁଇଟି ଟେଷ୍ଟରେ ଇଂଲଣ୍ଡ ବେଶ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା। କିନ୍ତୁ ତୃତୀୟ ଟେଷ୍ଟରେ ଦବଦବା ପ୍ରଦର୍ଶନ କରି ୨୩୨ ରନ୍‌ରେ ବିଜୟ ହାସଲ କରିଛି।
ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ଜୋଶ ବଟଲରଙ୍କ ୬୭ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ୭୯କୁ ଆଧାର କରି ମାତ୍ର ୨୭୭ ରନ୍‌ କରିପାରି ଥିଲା। ଏହାର ଜବାବରେ ଇଣ୍ଡିଜ୍‌ ଟିମ୍‌ ୧୫୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଫଳରେ ଭ୍ରମଣକାରୀ ଇଂଲଣ୍ଡକୁ ୧୨୩ ରନ୍‌ର ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ଦ୍ୱିତୀୟ ଇନିଂସ୍‌ରେ ଅଧିନାୟକ ଜୋ ରୁଟ୍‌ଙ୍କ(୧୨୨) ଶତକକୁ ଆଧାର କରି ୫ ୱିକେଟ୍‌ ହରାଇ ୩୬୧ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ‍

ଫଳରେ ଇଣ୍ଡିଜ୍‌ ଦଳକୁ ବିଶାଳ ୪୮୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଇଣ୍ଡିଜ୍‌ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୫୨ ରନ୍‌ କରି ସହ ୪ର୍ଥ ଦିନରେ ହିଁ ଅଲଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚ୍‌କୁ ୨୩୨ ରନ୍‌ରେ ଜିତି ଦିନିକିଆ ସିରିଜ୍‌ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିପାରିଛି।

ଆସନ୍ତା ୨୦ରୁ ଇଂଲଣ୍ଡ ଓ ଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ।



from Odisha Reporter http://bit.ly/2Gopk0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages