ଆତଙ୍କୀ ଆଝାର ୟୁସୁଫ ନିହତ, କାନ୍ଦାହାର ବିମାନ ଅପହରଣ ଘଟଣାରେ ସାମିଲ ଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଆତଙ୍କୀ ଆଝାର ୟୁସୁଫ ନିହତ, କାନ୍ଦାହାର ବିମାନ ଅପହରଣ ଘଟଣାରେ ସାମିଲ ଥିଲା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜୈଶର ବାଲାକୋଟ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଏଥିରେ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।

ଏହି କ୍ୟାମ୍ପରେ ଜୈଶର ପ୍ରତିଷ୍ଠାତା ମାସୁଦ ଆଝାରର ଶାଳକ ତଥା କୁଖ୍ୟାତ ଆତଙ୍କୀ ଆଝାର ୟୁସୁଫ ମଧ୍ୟ ରହିଥିଲା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ ୟୁସୁଫ ମଧ୍ୟ ନିହତ ହୋଇଥିବା କୁହାଯାଉଛି। ୟୁସୁଫ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି -୮୧୪ ଅପହରଣ ଘଟଣାରେ ମଧ୍ୟ ସାମିଲ ରହିଥିଲା। ତା’ ବିରୋଧରେ ଇଣ୍ଟରପୋଲ ୨୦୦୦ ମସିହାରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

ୟୁସୁଫ ଏହି ବାଲାକୋଟ କ୍ୟାମ୍ପର ମୁଖ୍ୟ ରହିଥିଲା। ଇଣ୍ଟରପୋଲର ନୋଟିସ୍‌ ଅନୁଯାୟୀ, ୟୁସୁଫ କରାଚିର ହୋଇଥିବା ବେଳେ ସେ ହିନ୍ଦୀ, ଉର୍ଦ୍ଧ୍ୱୁ ଓ ପାକିସ୍ତାନୀ ଭାଷାରେ କଥା ହୋଇପାରେ। ଆଇସି ୮୧୪ ବିମାନ ନେପାଳରୁ କାନ୍ଦାହାରକୁ ଅପହରଣ କରାଯିବା ଘଟଣାରେ ୟୁସୁଫ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରହିଥିଲା।

ସେ ବିମାନ ଅପହରଣ କରିବା ପରେ ଭାରତ ସରକାର ଗିରଫ କରିଥିବା ମାସୁଦ ଆଝାର ଓ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ରାଜି ହୋଇଥିଲେ। ଏହାପରେ ଆଝାର ଜୈଶ ଇ ସଂଗଠନ ପ୍ରତିଷ୍ଠା କରି ଭାରତରେ ଏକାଧିକ ଆକ୍ରମଣ କରିବାକୁ ସକ୍ଷମ ହୋଇଛି।



from Odisha Reporter https://ift.tt/2Nu63LH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages