ଅନଶନ ସ୍ଥଗିତ ରଖିଲେ କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଅନଶନ ସ୍ଥଗିତ ରଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଆନ୍ଦୋଳନକୁ ବର୍ତ୍ତମାନ ସମୟରେ ସ୍ଥଗିତ ରଖିଛନ୍ତି। ଆସନ୍ତା ୧ ତାରିଖରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ କେଜ୍ରିୱାଲ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଆଜି ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ହମ୍‌ଲାର ବଦଲା ନେବା ପାଇଁ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ଜୈଶ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଏହାପରେ ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ କେଜ୍ରିୱାଲ ଟ୍ୱିଟ୍‌ ଯୋଗେ ନିଜର ଅନଶନ ସ୍ଥଗିତ କରିଥିବା ସମ୍ପର୍କରେ କହିଛନ୍ତି। ଏଥିସହ ସେ ସମସ୍ତଙ୍କୁ ଏକାଠି ଦେଶ ସହ ଛିଡ଼ା ହେବା ଦରକାର ବୋଲି ମଧ୍ୟ ଆହ୍ୱାନ ଦେଇଛନ୍ତି।



from Odisha Reporter https://ift.tt/2H0I5X6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages