
ମୁମ୍ବାଇ: କରନ୍ ଜୋହରଙ୍କ ଟକ୍ ଶୋ ‘କଫି ୱିଥ୍ କରନ୍ ସିଜିନ୍-୬’ରେ ଅଡି କାର୍ ଜିତିଛନ୍ତି ଅଭିନେତା ଅଜୟ ଦେବଗନ୍। ଶୋ’ରେ ଦେଇଥିବା ରାପିଡ୍ ଫାୟାର୍ ରାଉଣ୍ଡରେ ବେଷ୍ଟ ଆନ୍ସର ପାଇଁ ତାଙ୍କୁ ମିଳିଛି ଏହି ଗିଫ୍ଟ।
ବିଜେତା ଅଜୟଙ୍କୁ ଗୁରୁବାର କରଣ ଜୋହର୍ ଅଡ଼ି କାର୍ର ଚାବି ଦେଇଥିଲେ। ଆଉ ଉପହାରରେ ମିଳିଥିବା ଅଡ଼ିକୁ ଅଜୟ ନିଜେ ଡ୍ରାଇଭ୍ କରି ଘରକୁ ନେଇ ଯାଇଥିଲେ।
କଫି ୱିଥ୍ କରନ୍ ସିଜନ-୬ ଗତ ବର୍ଷ ଅକ୍ଟୋବର ୨୧ରୁ ଆରମ୍ଭ ହୋଇଥିଲା ବେଳେ ସଫଳ ଭାବେ ଚାଲିଛି। ଏହା କେବେ ବନ୍ଦ ହେବ ସେ ନେଇ କୌଣସି ସୂଚନା ମିଳି ନ ଥିଲେ ମଧ୍ୟ ବେଷ୍ଟ୍ ‘ଆନ୍ସର୍ ଅଫ୍ ଦ ସିଜିନ୍’ ପୁରସ୍କାର ଘୋଷଣା ହୋଇଛି।
ସୂଚନା ମିଳିଛି ଯେ, କରନ୍ଙ୍କ ଏହି ଚାଟ୍ ଶୋ’ର ଫିନାଲେରେ କିରଣ ଖେର୍, ମଲାଇକା ଆରୋରା ପ୍ରମୁଖ ଜଜ୍ ଭାବେ ଉପସ୍ଥିତ ଥିଲେ। ଆଉ ବେଷ୍ଟ୍ ‘ଆନ୍ସର୍ ଅଫ୍ ଦ ସିଜିନ୍’ ଭାବ ଅଜୟ ଦେଇଥିବା ଉତ୍ତରକୁ ବାଛିଥିଲେ।
ସୂଚନା ଯୋଗ୍ୟ,ଏହି ଟକ୍ ଶୋ’ର ପ୍ରଥମ ଏପିସୋଡ୍ରେ ଆଲିୟା ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ଡାକିଥିଲେ। ତା’ ପରେ କ୍ରମାଗତ ଭାବେ ଅନେକ ସେଲେବ୍ରେଟି ଯୋଡି ଗେଷ୍ଟ ଭାବେ ଯୋଗଦେଇଥିଲେ। ଖାଲି ଫିଲ୍ମ କଳାକାର ନୁହଁନ୍ତି କେତେକ କ୍ରିକେଟର ମଧ୍ୟ ଏହି ଶୋ’ର ଅତିଥି ସାଜିଥିଲେ।ସବୁଠୁ ଚର୍ଚ୍ଚାରେ ରହିଥିଲେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍ ମ୍ୟାନ୍ କେ.ଏଲ୍ ରାହୁଲ। ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ସେମାନେ ବିବାଦରେ ଛନ୍ଦି ହୋଇଯାଇଥିଲେ।
from Odisha Reporter http://bit.ly/2HXjx3k
No comments:
Post a Comment