ଏବେ ବିଜେଡିକୁ ଅଡ଼ୁଆ ଯୋଗେଶ ସିଂ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଏବେ ବିଜେଡିକୁ ଅଡ଼ୁଆ ଯୋଗେଶ ସିଂ !

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷା କୁସୁମ୍‌ ଟେଟେଙ୍କ ଦେଖାମିଳିନଥିଲା।

ଆଉ ଆଜି ସମାନ୍ତରାଳ ଭାବେ ସୁନ୍ଦରଗଡ଼ରେ ଜିଲ୍ଲା ବିଜେଡି ସଭାପତି ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ୍‌ଙ୍କ ଉପସ୍ଥିତିରେ କୁସୁମ ଟେଟେ ଏକ ବିରାଟ ଶୋଭାଯାତ୍ରା କରିଥିଲେ। କିନ୍ତୁ ଏହି ରାଲିରେ ଯୋଗେଶଙ୍କ ଦେଖା ମିଳିନଥିଲା।

ବିଜେଡିରେ ଯୋଗେଶଙ୍କ ଯୋଗଦାନ ପୂର୍ବରୁ ବିବାଦ ଉପୁଜିବାରୁ କୁସୁମ୍‌ଙ୍କୁ ମନାଇବାକୁ ସୁନ୍ଦରଗଡ଼ ପହଞ୍ଚିଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଶାନ୍ତ ନନ୍ଦ।

ତଥାପି ସନ୍ତୁଷ୍ଟ ହୋଇନଥିଲେ କୁସୁମ୍। କୁହାଯାଉଛି, ଜିଲ୍ଲାର ପୁରୁଖା ନେତା ଓ କର୍ମୀ କୁସୁମ୍‌ ଟେଟେଙ୍କୁ ସମର୍ଥନ କରୁଥିବାବେଳେ କିଛି ଯୁବଗୋଷ୍ଠୀ ଯୋଗେଶଙ୍କୁ ସମର୍ଥନ କରୁଛନ୍ତି। ଯୋଗେଶ ଓ କୁସୁମ୍ ଟେଟେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିବାବେଳେ ସୁନ୍ଦରଗଡ଼ ବିଜେଡିରେ କୌଣସି ଫାଟ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ମଙ୍ଗଳା କିଷାନ୍ ।

<iframe width=”733″ height=”412″ src=”https://www.youtube.com/embed/soYxXjcxfSg” frameborder=”0″ allow=”accelerometer; autoplay; encrypted-media; gyroscope; picture-in-picture” allowfullscreen></iframe>



from Odisha Reporter http://bit.ly/2I52j4j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages