
ନଏଡା: ଗୋଟିଏ ବରଯାତ୍ରୀ ପୋଲ ଉପର ଦେଇ ଯାଉଥିବାବେଳେ ନାଚି ନାଚି ଏମିତି ଦୁଲୁକେଇଲେ ଯେ ବର ସମେତ ୧୫ଜଣ ବରଯାତ୍ରୀ ପୋଲ ତଳେ ପଡ଼ିଥିଲେ। ଏଭଳି ଘଟଣା ଘଟିଥିଲା ନଏଡାର ସେକ୍ଟର ୫୨ରେ ଶନିବାର ରାତିରେ। ଏଥିରେ ୨ ଜଣ ଶିଶୁ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।
ରାତି ୯.୩୦ ସମୟରେ ଏକ ଛୋଟ ପୋଲ ଉପର ଦେଇ ବରଯାତ୍ରୀ ଯାଉଥିଲା। ରାତି କାରଣରୁ ଅଥବା ଅଜାଣତରେ ସେମାନେ ତାହା ଉପରେ ପ୍ରାୟ ୧୦ ମିନିଟ୍ ଯାଏ ନାଚି ଚାଲିଥିଲେ। ଏହି ପୋଲଟି ଅଲିଭ୍ ଗାର୍ଡେନ୍କୁ ଯାଇଥିବା ଏକ ଡ୍ରେନ୍ ଉପରେ ନିର୍ମିତ ହୋଇଥିଲା।
ସେକ୍ଟର ୨୪ ପୁଲିସ୍ ଷ୍ଟେସନ୍ର ଷ୍ଟେସନ୍ ହାଉସ୍ ଅଫିସର ମିଥିଲେଶ ଉପାଧ୍ୟାୟଙ୍କ କହିବା ଅନୁଯାୟୀ, “ଅମା ୯.୩୦ ସମୟରେ ଏହି ଘଟଣା ବାବଦରେ ଖବର ପାଇଲୁ ଯେ ୧୨ ଜଣରୁ ଊର୍ଦ୍ଧ୍ୱ ଲୋକ ପୋଲ ତଳକୁ ଡ୍ରେନ୍ରେ ଖସିପଡ଼ିଛନ୍ତି। ୮ ବର୍ଷରୁ କମ୍ ୨ ଜଣ ପିଲା ଆହତ ହୋଇଥିଲ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇପାରିଥିବାରୁ ମାମଲା ରୁଜୁ କରିବାକୁ ପଡ଼ିନଥିଲା।”
ତେବେ ଉଲ୍ଲେଖନୀୟ କଥା ହେଉଛି, କନ୍ୟାର ବାପା ଏବଂ ମା ପୋଲର ଆରପାଖରେ ବରଯାତ୍ରୀକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ। ଅନ୍ୟପକ୍ଷରେ ବାହାଘର ହେଉଥିବା ଅଲିଭ୍ ଗାର୍ଡେନ୍ର ମାଲିକ କ୍ଷମା ମାଗିବା ସହିତ କନ୍ୟା ପକ୍ଷଠାରୁ ନେଇଥିବା ସମସ୍ତ ଅର୍ଥ ଫେରାଇଦେଇଛନ୍ତି। କିଛି ବରଯାତ୍ରୀଙ୍କର ମୋବାଇଲ ମଧ୍ୟ ହଜିଯାଇଥିବା ଜଣାଯାଇଛି।
from Odisha Reporter http://bit.ly/2E1cpPm
No comments:
Post a Comment