ଅନୀଲ ଅମ୍ବାନୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ବକେୟା ଅର୍ଥ ଫେରାଅ ନ ହେଲେ ଜେଲ୍ ଯାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଅନୀଲ ଅମ୍ବାନୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ବକେୟା ଅର୍ଥ ଫେରାଅ ନ ହେଲେ ଜେଲ୍ ଯାଅ

anil

ନୂଆଦିଲ୍ଲୀ: କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ ଅଧ୍ୟକ୍ଷ ତଥା ଶିଳ୍ପପତି ଅନୀଲ ଅମ୍ବାନୀ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଦୁଇ ନିର୍ଦ୍ଦେଶକ ହେଉଛନ୍ତି ରିଲାଏନ୍ସ ଟେଲିକମ୍ ଅଧ୍ୟକ୍ଷ ସନୀଶ ସେଠ୍ ଓ ରିଲାଏନ୍ସ ଇନ୍‌ଫ୍ରାଟେଲ୍ ଅଧ୍ୟକ୍ଷ ଛାୟା ବିରାନି।

ସୁଧ ସହିତ ଋଣ ଅର୍ଥ ଫେରାଇବା ପାଇଁ ସୁପ୍ରିମ୍‌କୋର୍ଟ ଗତବର୍ଷ ଅକ୍ଟୋବର ମାସ ୨୩ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକ ଅବମାନନା କରିଥିବା ନେଇ ଟେଲିକମ୍ ଇକ୍ୟୁପ୍‌ମେଣ୍ଟ କମ୍ପାନୀ ଏରିକ୍‌ସନ୍‌ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରିଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟ ତାଙ୍କ ରାୟ ଶୁଣାଇ କହିଛନ୍ତି, ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକ ଚାରି ସପ୍ତାହ ମଧ୍ୟରେ ଏରିକ୍‌ସନ୍ ଇଣ୍ଡିଆକୁ ୪୫୦ କୋଟି ଟଙ୍କା ଦେବେ। ଯଦି ସେମାନେ ଏହି ସମୟ ମଧ୍ୟରେ ଟଙ୍କା ନ ଦେବେ ତା’ହେଲେ ତିନି ମାସ ପାଇଁ ଜେଲ୍‌ ଯିବେ।

ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ଏକ କୋଟି ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ପଇଠ ନ କଲେ ସେମାନଙ୍କୁ ଏକ ମାସ ଲେଖାଏ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ସେହିପରି ଗତମାସରେ ରିଲାଏନ୍ସ ପକ୍ଷରୁ କୋର୍ଟରେ ଜମା କରାଯାଇଥିବା ୧୧୮ କୋଟି ଟଙ୍କାକୁ ଏରିକ୍‌ସନ୍‌କୁ ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଏରିକ୍‌ସନ୍ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଥିଲା ଯେ ରାଫେଲ୍ ଜେଟ୍ ଚୁକ୍ତି ପାଇଁ ରିଲାଏନ୍ସ ଗ୍ରୁପ୍ ପାଖରେ ଅର୍ଥ ଅଛି, କିନ୍ତୁ ତାଙ୍କର ୫୫୦ କୋଟି ଟଙ୍କା ଫେରାଇବାକୁ କମ୍ପାନୀ ପାଖରେ ଅର୍ଥ ନାହିଁ।

ସୂଚନାଯୋଗ୍ୟ, ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ଏରିକ୍‌ସନ୍‌ଠାରୁ ୫୫୦ କୋଟି ଟଙ୍କାର ଋଣ ଆଣି ଆଉ ଫେରାଇ ନ ଥିଲେ।



from Odisha Reporter https://ift.tt/2Se5wOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages