
ମୋହନା (ମିହିର ଯତି): ସ୍କୁଲ ଯାଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କରି ଗାଁର ଜଣେ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ।
ପୀଡ଼ିତାଙ୍କ ଦାଦାଙ୍କ ଅଭିଯୋଗ ଅନୁସାରେ, ଗତକାଲି ତାଙ୍କ ଝିଆରୀ ସ୍କୁଲକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ରାସ୍ତାରୁ ଉଠାଇ ନେଇ କିଛି ଦୂରରେ ଦୁଷ୍କର୍ମ କରିଥିଲା। ତାଙ୍କ ଚିତ୍କାର ଶୁଣି ଗାଁର ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା। ଉକ୍ତ ବ୍ୟକ୍ତି ତାଙ୍କ ଝିଆରୀଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ।
ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/2TWXVph
No comments:
Post a Comment