ମାର୍ଚ୍ଚ ୧ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମହାସମାବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ମାର୍ଚ୍ଚ ୧ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମହାସମାବେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଏକ ମହାସମାବେଶ ହେବାକୁ ଯାଉଛି। ବର୍ଷ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଏହି ସମାବେଶରେ ଆଲୋଚନା ହେବ। ପ୍ରେକ୍ଷାଳୟ ନିର୍ମାଣ ତଥା ନବୀକରଣ ଠାରୁ ଆରମ୍ଭ କରି ଉତ୍ତମ ମାନର ସିନେମା ଆଦି ବିଭିନ୍ନ ପ୍ରସଙ୍ଗରେ ଏଠାରେ ଆଲୋଚନା କରାଯିବ।

ଓଡ଼ିଶା ପ୍ରେକ୍ଷାଳୟ ସଂଘ, ଉତ୍କଳ ସିନେ ଚାମ୍ବର ଅଫ କମର୍ସ ଏବଂ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ଏକତ୍ର ହୋଇ ଏହି ସମାବେଶ ଆୟୋଜନ କରିବାକୁ ଯାଉଛନ୍ତି।

ଭୁବନେଶ୍ୱର ସ୍ଥିତ ସୂଚନା ଭବନଠାରେ ଦିନ ୧୦ ଟା ୩୦ ରେ ଏହି ସମାବେଶ ଆୟୋଜନ ହେବ। ଟେକ୍‌ନିସିଆନଙ୍କ ଠାରୁ ଆରମ୍ଭ କରି କଳାକାର, ବିତରକ, ପ୍ରେକ୍ଷାଳୟ ମାଲିକ ଓ ପ୍ରଯୋଜକ ସମସ୍ତଙ୍କର ସମସ୍ୟା ସମ୍ପର୍କରେ ଏଠାରେ ଆଲୋଚନା କରାଯିବ ବୋଲି  ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବା ସହିତ ଓଡ଼ିଶା ପ୍ରେକ୍ଷାଳୟ ସଂଘର ସଭାପତି ବିଜେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର କାନୁନଗୋ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସଭାପତି କେଶବ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ।



from Odisha Reporter https://ift.tt/2U9VM9R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages