
ବେଙ୍ଗାଲୁରୁ: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଧାର୍ଯ୍ୟ କରିଛି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଛି। ଭାରତ ପକ୍ଷରୁ ବିରାଟ ଅର୍ଦ୍ଧଶତକ ମାରିଥିବା ବେଳେ ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂହ ଧୋନି ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କୋହଲି ୩୮ ବଲରେ ୨ ଚୌକା ଓ ୬ ଛକା ବଳରେ ୭୨ ରନ୍ କରି ଅପରାଜିତ ରହିଥିଲେ। ରାହୁଲ ୪୭ (୨୬ ବଲ, ୩ ଚୌକା ଓ ୪ ଛକା) ଓ ଧୋନି ୪୦ (୨୩ ବଲ ୩ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଓପ୍ନର ଶିଖର ଧୱନ୍ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଦିନେଶ କାର୍ତ୍ତିକ ୮ ରନ୍ କରି କ୍ରିଜରେ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜେସନ ବେରେନଡର୍ଫ, ନେଥନ କୁଲ୍ଟର-ନାଇଲ୍ ଓ ପ୍ୟାଟ କମିନ୍ସ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
from Odisha Reporter https://ift.tt/2VhMBo6
No comments:
Post a Comment