କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍, ଅର୍ଚ୍ଚନା ଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍, ଅର୍ଚ୍ଚନା ଇନ୍

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କୀ ହମ୍‌ଲାକୁ ନେଇ ବିବାଦୀୟ ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ଲୋକପ୍ରିୟତା ବଞ୍ଚାଇ ରଖିଥିବା ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି। ୪୦ ଜଣ ଆତଙ୍କୀଙ୍କ ଜୀବନ ଯିବାପରେ ମଧ୍ୟ ଆଲୋଚନା ଜରିଆରେ ସମାଧାନ କରାଯାଉ ଓ ଏହି ଘଟଣା ପାଇଁ କୌଣସି ଦେଶର ଲୋକଙ୍କୁ ଦାୟୀ କରିବା ଠିକ ନୁହେଁ ବୋଲି କହିବା ପରେ ସେ ଏହି ଶୋ’ରୁ ବାଦ୍‌ ପଡ଼ିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୂରନ୍‌ ସିଂହ ନଜର ଆସିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଥିବା ସିଦ୍ଧୁଙ୍କ ହୃଦୟର କୌଣସି ନା କୌଣସି କୋଣରେ ପାକିସ୍ତାନ ପ୍ରତି ଦୁର୍ବଳତା ରହିଥିବା ପୂର୍ବରୁ ମଧ୍ୟ ପ୍ରମାଣିତ ହୋଇଆସିଛି। ତେବେ ଏଥର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ମହଙ୍ଗା ପାଲଟିଛି। କାରଣ ଏଥର ସେ ପ୍ରଶ୍ନ କରିଥିଲେ, “ଅଳ୍ପ କିଛି ଲୋକଙ୍କ ପାଇଁ କ’ଣ ପୂରା ଗୋଟିଏ ଦେଶକୁ ବଦ୍‌ନାମ କରିହେବ?”

‘ଦି କପିଲ ଶର୍ମା ଶୋ’ ସୋନି ଟିଭିରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ନିୟମିତ ଭାବରେ ନଜର ଆସୁଥିଲେ। ତାଙ୍କୁ ବାହାର କରାଯିବା ନେଇ ଏପର୍ଯ୍ୟନ୍ତ ଅଫିସିଆଲ ନୋଟିସ୍‌ ଜାରି କରାଯାଇନାହିଁ। କିନ୍ତୁ ଏହା କେବଳ ଏକ ଔପଚାରିକତା ମାତ୍ର। ଅନ୍ୟପକ୍ଷରେ ଅର୍ଚ୍ଚନା ପୂର୍ବରୁ ମଧ୍ୟ ଏଭଳି କମେଡି ଶୋ’ରେ ବିଚାରକ ଭାବରେ ଜଡ଼ିତ ହୋଇସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାମିଲ ହେବାନେଇ ଏଏନ୍‌ଆଇ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ ଅର୍ଚ୍ଚନା କହିଛନ୍ତି, ଆସନ୍ତା ୯ ଏବଂ ୧୩ ତାରିଖରେ ପ୍ରସାରିତ ହେବାକୁ ଥିବା ଏପିସୋଡ୍ ପାଇଁ ସେ ଶୁଟିଂ ସାରିଛନ୍ତି। ତାଙ୍କୁ କୁହାଯାଇଛି ସିଦ୍ଧୁ ଅନ୍ୟ କିଛି କାମରେ ବ୍ୟସ୍ତ ଥିବାରୁ ସାମୟିକ ଭାବରେ ତାଙ୍କୁ ନେଇ ଶୁଟିଂ କରାଯାଉଛି।



from Odisha Reporter http://bit.ly/2DO5h7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages