ବାରିପଦାରେ ହେବ ୩ୟ ଓଡ଼ିଶା ନଦୀ ସମ୍ମିଳନୀ ଓ ଶିମିଳିପାଳ ନଦୀ ମହୋତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ବାରିପଦାରେ ହେବ ୩ୟ ଓଡ଼ିଶା ନଦୀ ସମ୍ମିଳନୀ ଓ ଶିମିଳିପାଳ ନଦୀ ମହୋତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୨୪ ଓ ୨୫ ତାରିଖ ୨ ଦିନ ଧରି ବାରିପଦାରେ ଅନୁଷ୍ଠିତ ହେବାକୁ ଯାଉଛି ୩ୟ ଓଡ଼ିଶା ନଦୀ ସମ୍ମିଳନୀ ଓ ଶିମିଳିପାଳ ନଦୀ ମହୋତ୍ସବ। ଏହି ଅବସରରେ ଓଡ଼ିଶା ଜଳଯୋଦ୍ଧା ସମ୍ମାନ ଓ ଆଜିର ଭଗିରଥ ସମ୍ମାନ ପ୍ରଦାନ କରାଯିବ। ଜଳସମ୍ପଦ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥିବା ମହିଳା ତଥା ମହିଳା ଗୋଷ୍ଠୀଗୁଡିକୁ ଚଳିତ ବର୍ଷ ପ୍ରାଥମିକତା ଭିତ୍ତିରେ ସମ୍ମାନିତ କରାଯିବ। ଏହି ଅବସରରେ  ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ନଦୀ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା ଲାଗି “ସେଲ୍ଫି ଉଇଥ୍‌ ବୁଢ଼ାବଳଙ୍ଗ” ନାମରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ସମ୍ପ୍ରତି ଦେଖା ଦେଉଥିବା ଜଳ ସମସ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଜନୀତ ସମସ୍ୟାରୁ ମୁକୁଳିବାକୁ ହେଲେ ଜଙ୍ଗଲ ଏବଂ ନଦୀ ଉଭୟର ସୁରକ୍ଷାକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯାହାକୁ ଭିତ୍ତିକରି ଏଥରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏ ସମ୍ପର୍କିତ ଆଲୋଚନାରେ ସମଗ୍ର ଦେଶରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ୩ୟ ଓଡିଶା ଜଳ ସମ୍ମିଳନୀରେ ଭାଗ ନେଉଛନ୍ତି ବୋଲି କହିଛନ୍ତି  Water Initiatives, Odisha ବା WIOର ସଂଯୋଜକ ତଥା ଓଡ଼ିଶାର ଜଳ ପୁରୁଷ ଭାବେ ପରିଚିତ ରଞ୍ଜନ ପଣ୍ଡା।

ଏହି ଅବସରରେ ଜଳସମ୍ପଦ, ନଦୀ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ ଏହି ଅବସରରେ ସମ୍ମାନିତ କରାଯିବ। ସମ୍ପୃକ୍ତ ବ୍ୟକ୍ତି ବା ସଙ୍ଗଠନ ଉପରୋକ୍ତ କ୍ଷେତ୍ରରେ ସଂରକ୍ଷଣ, ସଚେତନତା, ଶିକ୍ଷା ଆଦି କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବେ, ତାଙ୍କୁ ସମ୍ମାନିତ କରାଯିବ।  ଇଚ୍ଛୁକ ବ୍ୟକ୍ତି ବା ଗୋଷ୍ଠୀ ନିଜର ଆବେଦନ ranjanpanda@gmail.comକୁ ଇ ମେଲ୍‌ କରିପାରନ୍ତି, ନଚେତ୍‌ ଫେସ୍‌ବୁକ୍‌ ପେଜ୍‌ Mahanadi River Waterkeeperରେ ମେସେଜ୍‌ ଯୋଗେ ଜଣାଇ ପାରିବେ। ୧୫ ମାର୍ଚ୍ଚ ୨୦୧୯ ସୁଦ୍ଧା ଇଚ୍ଛୁକ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଆବେଦନ କରିପାରିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2Edgccu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages