ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ୪୦ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ୪୦ ଛାତ୍ରଛାତ୍ରୀ

କୋଣାର୍କ(ସଞ୍ଜୟ ପତି): ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଇଛନ୍ତି ୪୦ ଛାତ୍ରଛାତ୍ରୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍‌ ତାଳଦା ଦ୍ୱୀପାଞ୍ଚଳରେ। ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି।

ସେମାନଙ୍କ ସେଣ୍ଟର ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପଡିଛି।  ଗାଁଠାରୁ ସୁନ୍ଦର ଗାଁ ୧୦ କିଲୋମିଟର ଦୂର ହୋଇଥିବାବେଳେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଡଙ୍ଗାରେ ଦେବୀ ନଦୀରେ ପାର ଯିବାକୁ ପଡୁଥିବା ଅଭିଯୋଗ ହୋଇଛି।

ଗତ ୨୦୧୪ ମସିହାରେ ଏହି ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସରି ନଥିବାରୁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ପରୀକ୍ଷା ଦେବା ପାଇଁ ଡଙ୍ଗାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2BXApll

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages