ଆରମ୍ଭ ହେଲା ମ୍ୟାଟ୍ରିକ୍‌ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଆରମ୍ଭ ହେଲା ମ୍ୟାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି।

ପରୀକ୍ଷାରେ ଅସାଧୁ କାରବାର ରୋକିବାକୁ ଏଥର ୫୮ଟି ଫ୍ଲାଇଂ ସ୍କ୍ୱାଡ୍, ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସେହିପରି ପ୍ରତି ଜୋନରେ ଗୋଟିଏ ଲେଖାଏ ସ୍କ୍ୱାଡ୍ ବୁଲିବା ସହ ଜିଲ୍ଲାପାଳମାନେ ନିଜେ ସ୍କ୍ୱାଡ୍ ଗଠନ କରି ସେଣ୍ଟର ଯାଞ୍ଚ୍ ଲାଗି କ୍ଷମତା ଦିଆଯାଇଛି।

ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ଏବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି।  ଏହାସହିତ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକଟିଭ୍ ଓ ଅବଜେକ୍ଟିଭ୍‌ରେ ପାସ୍ ଲାଗି ଅତିକମ୍‌ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।



from Odisha Reporter https://ift.tt/2U0W1UD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages