ହେଲିକପ୍ଟର ଦୁର୍ଘଟଣାରେ ୬ ସେନାଧିକାରୀ ଓ ଜଣେ ନାଗରିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ହେଲିକପ୍ଟର ଦୁର୍ଘଟଣାରେ ୬ ସେନାଧିକାରୀ ଓ ଜଣେ ନାଗରିକ ମୃତ

ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ମୁକାବିଲା ଓ ସୀମାନ୍ତ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଆଜି ସକାଳେ ଜମ୍ମୁ-କଶ୍ମୀରର ବଡ଼ଗାମ୍‌ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମଧ୍ୟାହ୍ନରେ ଏସମ୍ପର୍କରେ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ପୁଲିସ୍‌ ଏଥିରେ ୬ ଜଣ ଭାରତୀୟ ବାୟୁସେନା ଅଧିକାରୀ ଓ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି।

ଆଜି ସକାଳେ ରୁଷ ନିର୍ମିତ ଏମ୍‌ଆଇ-୧୭ ହେଲିକପ୍ଟରଟି ସୀମାନ୍ତରେ ପ୍ୟାଟ୍ରୋଲିଂ କରୁଥିଲା। ତେବେ ସକାଳ ପ୍ରାୟ ୧୦.୫ରେ ଗାରେଣ୍ଡ କଲାନ ଗାଁରେ ଏହା ତଳକୁ ଖସି ପଡ଼ିଥିଲା। ଏହା ଦୁଇ ଖଣ୍ଡ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା।

ଏହି କାରଣରୁ ଏଥିରେ ଥିବା ସମସ୍ତ ୬ ଜଣ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ହେଲିକପ୍ଟରର ଧ୍ୱଂସାବଶେଷ ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଏହାକୁ ତାଙ୍କ ଦେଶର ସେନା ଗୁଳି କରି ଖସାଇଥିବା ଦାବି କରିଛି। କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବା ପ୍ରମାଣିତ ହୋଇଛି।



from Odisha Reporter https://ift.tt/2U6MSKs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages