
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ନିର୍ଣ୍ଣାୟକ ଲଢ଼େଇରେ ପାକିସ୍ତାନ କଣ୍ଟା ସାଜିଥିବାରୁ ଏବେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ପ୍ରକାରର ଅଘୋଷିତ ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।
ଏଭଳି ସ୍ଥିତିରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ସବୁ କିଛି କରିବାର କ୍ଷମତା ରଖିଛି। ପଡ଼ୋଶୀ ରାଷ୍ଟ୍ରରେ ମୁକ୍ତ ଭାବେ ବୁଲୁଥିବା ଆତଙ୍କବାଦୀମାନଙ୍କୁ ହତ୍ୟା କରିବାକୁ ମଧ୍ୟ ଭାରତ କେବେ ପଛାଇବ ନାହିଁ।
ଜେଟଲୀ କହିଛନ୍ତି, “ଆମେରିକା ନେଭି କମାଣ୍ଡୋମାନେ ଆବୋଟାବାଦରେ ପଶି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ହତ୍ୟା କରିବା କଥା ମୋର ମନେ ପଡ଼ୁଛି। ଯଦି ଆମେରିକା ଏମିତି କରିପାରିଲା, ତା’ହେଲେ ଭାରତ କାହିଁକି ପାରିବ ନାହିଁ? ତେଣୁ ଆମ ପାଇଁ ଏବେ ସବୁ କିଛି ସମ୍ଭବ।”
ଗତକାଲି ଭାରତୀୟ ବାୟୁସେନା ପାକିସ୍ତାନରେ ପ୍ରବେଶ କରି ଜୈଶ କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।
from Odisha Reporter https://ift.tt/2Nuob82
No comments:
Post a Comment