
ଯାଜପୁର (ଗୁଲାମ୍ ଗସ୍): ନିର୍ବାଚନ ଦାୟିତ୍ୱରେ ଅବହେଳା ପାଇଁ ଯାଜପୁର ଜିଲ୍ଲାରେ ଦୁଇ ଜଣ ଅଧ୍ୟାପକଙ୍କ ସହ ଜଣେ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଜାନକୀ ମଧୁସୁଦନ ମହାବିଦ୍ୟାଳୟର ଅଧ୍ୟାପକ ହରେକୃଷ୍ଣ ଦାସ, ବ୍ରହ୍ମବରଦା ଜୁନିୟର କଲେଜର ଅଧ୍ୟାପକ କୁଳମଣି ସାହୁ ଓ କୋରାଇ ବ୍ଲକ୍ ଅଞ୍ଚଳର ସରକାରୀ ଶିକ୍ଷକ ଜହିରୁଦ୍ଦିନ୍ ଖାଁ। ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଅନୁରୂପ ଅଭିଯୋଗ ଥିଲେ ମଧ୍ୟ ସେ ନିଜର ଅସୁସ୍ଥତା କାରଣ ଦର୍ଶାଇବାରୁ ତାଙ୍କୁ ଏହି ଦଣ୍ଡାଦେଶରୁ ବାଦ୍ ଦିଆଯାଇଛି।
ସୂଚନା ଅନୁସାରେ ଯାଜପୁରର ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ୫ଟି ସ୍ଥାନରେ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଫିସରଙ୍କୁ ନିର୍ବାଚନ ପରିଚାଳନା ଓ ଇଭିଏମ୍ ମେସିନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଉଛି। ତେବେ ଏହି ଶିବିରରେ ଅନେକ ଅଧିକାରୀ ଯୋଗ ଦେଇନଥିଲେ। ପରେ ନୋଟିସ୍ ଦିଆଯିବା ପରେ ଶିବିରରେ ଅନେକ ଯୋଗ ଦେଇଥିଲେ। ତେବେ ଏହି ୪ଜଣ ଅଧିକାରୀ କୌଣସି ଉତ୍ତର ଦେଇ ନଥିଲେ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।
ନିର୍ବାଚନ କାର୍ଯ୍ୟରେ ଅବହେଳା କଲେ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2tpPLtW
No comments:
Post a Comment