ଆମକୁ କହୁଛନ୍ତି କାଳିଆ ପୋଷ୍ଟର ବାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଆମକୁ କହୁଛନ୍ତି କାଳିଆ ପୋଷ୍ଟର ବାଣ୍ଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର):ନବୀନ ସରକାରଙ୍କ ଦୁଇଟି ଅବୁଝା ଯୋଜନା ଲୋକଙ୍କ ଆଖିରୁ ଲୁହ ନିଗାଡୁଚି। ସରକାର କହିବୁଲୁଛନ୍ତି “କାଳିଆ” ଆଉ “ପିଠା” ଯୋଜନା କାଳେ ଲୋକଙ୍କ ପାଇଁ। କିନ୍ତୁ ବାସ୍ତବରେ ଆଜି ରାଜରାସ୍ତାରେ ଛିଡା ହୋଇ ଭୋ ଭୋ କାନ୍ଦୁଛନ୍ତି ଲୋକେ। ତେଲିଆ ମୁଣ୍ଡରେ ତେଲ ଭଳି ଏଠି ଥିଲା ବାଲା ଆଉ ମୁଁହ ଟାଣୁଆ ଲୋକେ ନିଜ ନାଁରେ ସରକାରୀ ଟଙ୍କା ହାତଉ ଥିବା ବେଳେ ଗରିବ ଖଟିଖିଆ ମାନେ ରାଜରାସ୍ତାରେ ଯାଯାବର ଜୀବନ ବିତାଉଛନ୍ତି।

ବିଧାନସଭା ଚାଲିଥିବା ବେଳେ ନିଜ ଗୁହାରୀ ଜଣାଇବାକୁ ଆସି ପଞ୍ଚାୟତ କାର୍ଯାଳୟରେ କାମ କରୁଥିବା ଝାଡ଼ୁଦାର, ପିଅନ ଓ ରାତ୍ର ଜଗୁଆଳମାନେ ନବୀନ ସରକାରକୁ ଠକ, ଚୋର, ଧପାବାଜ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ସେମାନଙ୍କୁ କାଳେ ସ୍ଥାନୀୟ କୁଜିନେତା ମାନେ ରାତିଅଧିଆ “କାଳିଆ” ଓ “ପିଠା” ପୋଷ୍ଟର ମାରିବାକୁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି।
ବର୍ଷ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିବା ଜଣେ କର୍ମଚାରୀ କାନ୍ଦି କାନ୍ଦି କହିଛନ୍ତି ହେ, ‘ନବୀନ ବାବୁ ତତେ ନେହୁରା ହେଉଛି। ଆମ ଦୁଃଖ ବୁଝେ। ନହେଲେ ଆତ୍ମହତ୍ୟା କରିଦେବୁ। ମୋ ପିଲାଛୁଆ ବାପାମାଆଙ୍କୁ ମୁଠେ ଖାଇବାକୁ ଦେଇପାରୁନି’।

ସେହିପରି ଆଉଜଣେ କର୍ମଚାରୀ କହିଛନ୍ତି, ଆମକୁ କୋଉ ମାସରେ ୨୦୦ ତ ଆଉ କେବେ ୪୦୦ ଟଙ୍କା ସରପଞ୍ଚମାନେ ଭିକ ଦେଲାପରି ଦେଉଛନ୍ତି। ତାଙ୍କ ନିଜ ଘର କାମରେ ଲଗାଉଛନ୍ତି। ବହୁତ ଅନ୍ୟାୟ ହେଇଗଲା। ଯଦି ସରକାର ଆମକୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି, ଉଚିତ ଦରମା ନ ଦିଅନ୍ତି ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଚେତାବନୀ ଦେଇଛି।



from Odisha Reporter http://bit.ly/2SCqSJP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages