ଲସ୍କରରେ ଯୋଗଦେବାକୁ ଯାଉଥିଲା ବିମାନବନ୍ଦରରେ ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଲସ୍କରରେ ଯୋଗଦେବାକୁ ଯାଉଥିଲା ବିମାନବନ୍ଦରରେ ଧରାପଡ଼ିଲା

ନ୍ୟୁୟର୍କ: ପାକିସ୍ତାନ ଯାଇ ୨୬/୧୧ ଆକ୍ରମଣ ପଛର ଆତଙ୍କୀ ସଂଗଠନ ଲସ୍କର ଇ ତାଏବାରେ ମିଶିଥାନ୍ତା, ଜିହାଦ୍‌ରେ ସାମିଲ ହୋଇଥାନ୍ତା, କିନ୍ତୁ ଏସବୁ ଯୋଜନା ପଣ୍ଡ ହୋଇଯାଇଛି। ନ୍ୟୁୟର୍କର ଜଣେ ୨୯ ବର୍ଷର ଯୁବକ ଏଭଳି ଯୋଜନା ରଚିଥିଲେ ମଧ୍ୟ ତାହା ବିମାନ ବନ୍ଦରରେ ହିଁ ସରିଯାଇଛି। କିନ୍ତୁ ଏଥିରୁ ସ୍ପଷ୍ଟ ହୋଇଯାଇଛି ଲସ୍କର ଆଉ ଏସିଆ ଭୂଖଣ୍ଡରେ ସୀମିତ ନାହିଁ।

ଆମେରିକୀୟ ଯୁବକଙ୍କ ମଧ୍ୟରେ ଉଗ୍ରବାଦର ବିଷ ମଞ୍ଜି ବୁଣିବାର ଆଉ ଏକ ଘଟଣା ମଧ୍ୟ ଜଣାଯାଇଛି। ଯେଉଁଥିରେ ଜଣେ ଲସ୍କର ସୋଶାଲ ମିଡିଆ ବ୍ୟବହାର କରି ଯୁବକମାନଙ୍କୁ ପ୍ରଭାବିତ କରୁଥିଲା ଏବଂ ସେମାନଙ୍କ କୋମଳ ମନରେ ଆତଙ୍କବାଦର ବିଷ ସଂରଚନା କରୁଥିଲା। ଏସବୁ ଘଟଣା ବାବଦରେ ଏଫ୍‌ବିଆଇ ସୁରାକ ପାଇବା ପରେ ଲସ୍କରର ବଡ଼ ଯୋଜନା ଏବେ ପଣ୍ଡ ହେବାକୁ ଯାଉଛି।

ଏଫ୍‌ବିଆଇ ପକ୍ଷରୁ କୁହାଯାଇଛି, ଗତ ଶୁକ୍ରବାର ସେମାନେ ମାନ୍‌ହନ୍‌ଟନ୍‌ର ଏହି ଯୁବକ ୱିଲଫ୍ରେଡୋ ଏନ୍‌କାର୍ନେସିଅନ୍‌ ଜନ୍‌ ଏଫ୍‌ କେନେଡି ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ସେ ଉଡ଼ାଣ ଭରିବାର କିଛି ସମୟ ଆଗରୁ ହିଁ ତାଙ୍କୁ ଏଫ୍‌ବିଆଇ ଧରିନେଇଥିଲା।

ଏନ୍‌କାର୍ନେସିଅନ୍‌ ଅନ୍‌ଲାଇନ୍‌ରେ ଖୋଜି ଖୋଜି ଆତଙ୍କୀ ସଂଗଠନରେ ମିଶିବାକୁ ଯାଉଥିଲେ। ଏପରିକି ସେ ୧୬୬ ଲୋକଙ୍କ ଜୀବନ ନେଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କୀ ସଂଗଠନକୁ ଭେଟିବା ପାଇଁ ଅହେତୁକ ଆଗ୍ରହ ରଖିଥିବା ଜଣାଇଥିଲା।

ସେ ଜେରା ସମୟରେ ଏଫ୍‌ବିଆଇ ଏଜେଣ୍ଟଙ୍କୁ କହିଥିଲା, ମୁଁ ଫାଶୀ ଦେବି, ମୁଣ୍ଡକାଟ କରିବି, ଗୁଳି ମାରିବ। ଏଥିପାଇଁ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗରେ ଥିଲା। ସେ ଅନ୍‌ଲାଇନ୍‌ ଦୁନିଆରେ ନିଜକୁ ଜିହାଦିଷ୍ଟ ସୋଲଜର, ଜିହାଦିନ୍‌ହିଅର, ଜିହାଦିନହାର୍ଟ ଏବଂ ଲାୟନ୍‌ଅଫ୍‌ଦିଗୁଡ୍‌ ଆଦି ନାଁରେ ପରିଚୟ ଦେଇଆସୁଥିଲା।



from Odisha Reporter http://bit.ly/2MWDMx1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages