
ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡ଼ା ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୁକ୍ତଙ୍କ ନାଁ ତମ୍ପଡ଼ା ଗୋଛାୟତ। ତାଙ୍କ ଘର ବାଲିକୋଟି ଗାଁରେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଅଟୋ ଭଡ଼ାରେ ନେବା ପାଇଁ ଉକ୍ତ ଯୁବତୀଙ୍କ ବାପାଙ୍କ ପାଖକୁ ଆସିଥିଲେ। ତେବେ ଘରେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଚିତ୍କାର କରିବାରୁ ପଡ଼ୋଶୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ତମ୍ପଡ଼ାକୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଅଭିଯୁକ୍ତକୁ ଥାନାରେ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କ ଡାକ୍ତରମାଇନା କରିବାକୁ ପଠାଇଛି।
from Odisha Reporter http://bit.ly/2TYzaJq
No comments:
Post a Comment