ଭାରତ ପାକିସ୍ତାନ ବିରୋଧରେ ବିଶ୍ୱକପ୍‌ ଖେଳିବା ଉଚିତ ନୁହେଁ: ହରଭଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଭାରତ ପାକିସ୍ତାନ ବିରୋଧରେ ବିଶ୍ୱକପ୍‌ ଖେଳିବା ଉଚିତ ନୁହେଁ: ହରଭଜନ

ଚଣ୍ଡୀଗଡ଼: ପୁଲ୍‌ୱାମା ଆତଙ୍କବାଦୀ ହମ୍‌ଲା ପରେ ୨୦୧୯ ବିଶ୍ୱକପ୍ରେ ଭାରତ ପାକିସ୍ତାନ ବିରୋଧରେ ବିଶ୍ୱକପ୍ ଖେଳିବା ନେଇ ଅନିଶ୍ଚିତତା ବୃଦ୍ଧି ପାଇଛି। ଏହି ମ୍ୟାଚ୍ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଜୁନ୍ ୧୬ ତାରିଖରେ ଖେଳାଯିବାକୁ ସ୍ଥିର ହୋଇଛି। ବିଭିନ୍ନ କ୍ରିକେଟ୍ ସଂଗଠନ ଏହାକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ ଭାରତ ପାଇଁ ବିଶ୍ୱକପ୍ ଖେଳିସାରିଥିବା ଅଫ୍ ସ୍ପିନର୍ ହରଭଜନ୍ ସିଂହ ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ଗତ ଫେବୃଆରୀ ୧୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦର ଜଣେ ଆତ୍ମଘାତୀ ଆତଙ୍କୀଙ୍କ ବିସ୍ଫୋରଣରେ ୪୦ ଜଣ ବୀର ସିଆରପିଏଫ୍ ଯବାନଙ୍କ ଜୀବନ ଯିବାକୁ ନେଇ ହରଭଜନ କହିଛନ୍ତି, ପ୍ରଥମେ ଦେଶ ପରେ ଆଉ ଯାହା। ଟିମ୍ ଇଣ୍ଡିଆ ବିଶ୍ୱକପ୍ରେ ପାକିସ୍ତାନ ବିରୋଧଣେ ଖେଳିବା ଉଚିତ ନୁହେଁ।

ସେ କହିଛନ୍ତି, ପାକିସ୍ତାନ ସହିତ କୌଣସି ସମ୍ପର୍କ ରଖିବା ଉଚିତ ନୁହେଁ, ତେଣିକି କ୍ରିକେଟ୍ ହେଉନା କାହିଁକି। ଜୁନ୍‌ ୧୬ରେ ଖେଳାଯିବାକୁ ଥିବା ପାକିସ୍ତାନ ବିରୋଧୀ ବିଶ୍ୱକପ୍‌ ମ୍ୟାଚ୍‌ରୁ ଭାରତ ଓହରିଯିବା ଉଚିତ। ପ୍ରଥମେ ଆମ ଦେଶ ଏବଂ ଆମେ ଯବାନଙ୍କ ସମର୍ଥନରେ ଛିଡ଼ା ହେବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଜଣାଇଆସୁଛି। ଏହି ଆକ୍ରମଣ ଅବିଶ୍ୱସନୀୟ ଏବଂ ଝଟ୍‌କା ସଦୃଶ ହୋଇଛି।”

ଭାରତ ପାଇଁ ହରଭଜନ ୪୧୭ ଟେଷ୍ଟ ୱିକେଟ୍‌ ନେଇଛନ୍ତି ଯାହାକି ଅଫ୍‌ ସ୍ପିନର ହିସାବରେ ଦ୍ୱିତୀୟ ସର୍ବାଧିକ।

ହରଭଜନଙ୍କ ପୂର୍ବରୁ କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆର ସମ୍ପାଦକ ସୁରେଶ୍‌ ବଫ୍‌ନା ମଧ୍ୟ ଏହି ଦାବି କରିଛନ୍ତି। ସେ କହିଥିଲେ, ସିସିଆଇ ଏକ କ୍ରୀଡ଼ା ସଂଗଠନ, କିନ୍ତୁ ପ୍ରଥମେ ଦେଶ ତାପରେ ଯାଇ ଖେଳ।



from Odisha Reporter http://bit.ly/2BHOHX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages