ଡାଇବେଟିସ୍‌ ନିୟନ୍ତ୍ରଣ କରିବ ବ୍ରୋକୋଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଡାଇବେଟିସ୍‌ ନିୟନ୍ତ୍ରଣ କରିବ ବ୍ରୋକୋଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱରେ ଅଧିକାଂଶ ଲୋକ ଡାଇବେଟିସ୍‌ ବା ମଧୁମେହ ପରି ଗମ୍ଭୀର ରୋଗରେ ପୀଡ଼ିତ। ଶରୀରରେ ସୁଗାର୍‌ ଉତ୍ପାଦନର ମାତ୍ରା ବଢ଼ିଗଲେ, ଡାଇବେଟିସ୍‌ ବିପଦ ଅଧିକ ଥାଏ। ଡାଇବେଟିସ୍‌ ପରି ରୋଗ ହେଲେ, ଏହାର ପ୍ରଭାବ ଆପଣଙ୍କ କିଡ୍‌ନୀ ଉପରେ ପଡ଼ିଥାଏ। ଏଥିପାଇଁ ଶରୀରରେ ଶର୍କରା ବା ସୁଗାର୍‌ ଉତ୍ପାଦନର ସ୍ତରକୁ ନିୟନ୍ତ୍ରିତ ରଖିବା ନିହାତି ଆବଶ୍ୟକ ହୋଇଥାଏ।

ସାଧାରଣତଃ ଖାଇବା ପିଇବା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିଲେ, ଡାଇବେଟିସ୍‌ ପରି ରୋଗଠାରୁ ଆମେ ବର୍ତ୍ତିପାରିବା। ଏଥିପାଇଁ ଡାଇବେଟିସ୍‌ରେ ପୀଡ଼ିତ ଲୋକ ନିଜ ଖାଇବାରେ ବ୍ରୋକୋଲିକୁ ସାମିଲ୍‌ କରନ୍ତୁ। ଫୁଲକୋବି ପରି ଦେଖାଯାଉଥିବା ଏହି ସବୁଜ ରଙ୍ଗର କୋବିକୁ ଖାଦ୍ୟରେ ସାମିଲ କଲେ ଡାଇବେଟିସ୍‌ କହିବ ବାଏ ବାଏ।

କ’ର ରହିଛି ଏଥିରେ 

ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ୍‌, କାର୍ବୋହାଇଡ୍ରେଟ୍‌, ଆଇରନ, ଭିଟାମିନ୍‌ ‘ଏ’ ଓ ‘ସି’ ଭଳି ଉପାଦାନ ରହିଛି। ସବୁ ବୟସର ଲୋକଙ୍କ ପାଇଁ ବ୍ରୋକୋଲି ବେଶ୍‌ ଲାଭଦାୟକ ଅଟେ ।

ବ୍ରୋକୋଲିରେ କେଉଁ ସବୁ ଔଷଧୀୟ ଗୁଣ ରହିଛି

  • ନିୟମିତ ବ୍ରୋକୋଲି ଖାଇବା ଦ୍ୱାରା ହୃଦ ରୋଗ ସମ୍ଭାବନା କମ୍‌ ଥାଏ। ବ୍ରୋକୋଲି ରକ୍ତକୁ ଗାଢା ହେବାରୁ ରୋକିଥାଏ ଓ ଏହା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ୍ ଥାଏ ।
  • ବ୍ରୋକୋଲିରେ କ୍ୟାନସରକୁ ପ୍ରତିହତ କରିବାର ଗୁଣ ଅଛି । ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଏହି ପରିବାକୁ ଖାଇବା ଦ୍ୱାରା ବେକ, ମୁଣ୍ଡ ଓ ସ୍ତନ କ୍ୟାନସରର ସମ୍ଭାବନା କମ୍ ଥାଏ ।
  • ଯଦି ଆପଣଙ୍କୁ ରକ୍ତଚାପ ଅଛି, ତେବେ ପ୍ରତିଦିନ ଖାଦ୍ୟରେ ବ୍ରୋକୋଲି ଖାଇବା ଉଚିତ୍‌ । ଏହା ଶରୀରରେ କୋଲେଷ୍ଟ୍ରାଲକୁ ନିୟନ୍ତ୍ରଣ ରଖିଥାଏ, ଯାହା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ ।
  • ବ୍ରୋକୋଲିରେ ଥିବା ଔଷଧୀୟ ଗୁଣ ଡାଇବେଟିସ୍‌କୁ ନିୟନ୍ତ୍ରଣ ରଖିଥାଏ ।
  • ଅଲଜେମର ରୋଗୀ (ଭୁଲିଯିବା ରୋଗ) ବ୍ରୋକୋଲି ଖାଇବା ଦ୍ୱାରା ଦୂର ହୋଇଥାଏ।
  •  ଯଦି ଆପଶଙ୍କୁ ଭୋକ ହେଉନି ତା’ହେଲେ ବ୍ରୋକୋଲି ସୁପ୍ ପିଅନ୍ତୁ, ଭୋକ ଲାଗିବ । ନିୟମିତ ବ୍ରୋକୋଲି ସୁପ୍ ପିଇବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ।

  • ଗର୍ଭବତୀ ମହିଳାମାନେ ବ୍ରୋକୋଲି ଖାଇବା ଦ୍ୱାରା ଗର୍ଭରେ ଥିବା ଶିଶୁର ସ୍ମରଣ ଶକ୍ତି ବିକଶିତ ହୋଇଥାଏ ।
  • ଏହା ଶରୀରର ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
  • ବ୍ରୋକୋଲି କେବଳ ଶରୀର ପାଇଁ ତାହା ନୁହେଁ ଏହା ତ୍ୱଚାକୁ ସୁନ୍ଦର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ବ୍ରୋକୋଲିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଭିଟାମିନ ‘ସି’ ତ୍ୱଚାରେ ପଡୁଥିବା କୁଞ୍ଚନ ଓ ଦାଗକୁ ରୋକିବାରେ ସାହାଯ୍ୟ କରେ ।

 



from Odisha Reporter http://bit.ly/2t7fjMn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages