
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ଦୁଇଟି ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲାରେ ସାଧାରଣ ସଭାରେ ତାଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦୁଇ ସହରରେ ପ୍ରସ୍ତିତୁ ଜୋରଦାର କରାଯାଇଛି। ୧୨ ଦିନ ଭିତରେ ରାହୁଲଙ୍କ ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଏଥର ରାହୁଲଙ୍କ ଫୋକସ୍ରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ ରହିଛି।
୨୦୧୦ ମସିହାରେ ନିୟମଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ ହେବାର ପାଖାପାଖି ଏକ ଦଶନ୍ଧି ପରେ ଆଜି ଭବାନୀପାଟଣାରେ ସାଧାରଣ ସଭାରେ ଯୋଗ ଦେବେ ରାହୁଲ।
ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ଯାଇ ସାଧାରଣ ସଭାରେ ଯୋଗ ଦେବେ। ଏହି ସମାବେଶରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗ ଦେବେ।
ଆଜି ଭବାନୀପାଟଣା ଏବଂ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ରାହୁଲ ଗାନ୍ଧି ସାଧାରଣ ସଭାରେ ଚାଷ ଏବଂ ଚାଷୀ ସମସ୍ୟାକୁ ନିଜ ଅଭିଭାଷଣରେ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି। ତେବେ ପାଖାପାଖି ଏକ ଦଶନ୍ଧି ପରେ ରାହୁଲ ଗାନ୍ଧି କେବିକେ ଅଞ୍ଚଳକୁ ଆସୁଛନ୍ତି।
from Odisha Reporter http://bit.ly/2HWHwzF
No comments:
Post a Comment