ଏରୋ ଇଣ୍ଡିଆ ଶୋ’ରେ ପୁଣି ଅଘଟଣ, ଜଳିଗଲା ୩୦୦ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଏରୋ ଇଣ୍ଡିଆ ଶୋ’ରେ ପୁଣି ଅଘଟଣ, ଜଳିଗଲା ୩୦୦ କାର୍‌

ବେଙ୍ଗାଲୁରୁ: ବାୟୁ ସେନା ପକ୍ଷରୁ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ପୁଣିଥରେ ଅଘଟଣ ଘଟିଛି। କିଛିଦିନ ପୂର୍ବରେ ଏରୋ ଇଣ୍ଡିଆ ଶୋ’ ପାଇଁ ଅଭ୍ୟାସ୍‌ ଚାଲିଥିବା ବେଳେ ମଝି ଆକାଶରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେଇଥିଲେ।

ଆଜି ପୁଣିଥରେ ଏରୋ ଇଣ୍ଡିଆ ଶୋ ଚାଲିଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୟେଲହଙ୍କ ଏୟାର ଫୋର୍ସର ୫ ନଂ ଗେଟ୍‌ ନିକଟରେ ଥିବା ପାର୍କିଂରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ଏଠାରେ ଥିବା ୩୦୦ଟି କାର ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକମାନେ ଏଠାରେ କାର ଥୋଇ ଏରୋ ଇଣ୍ଡିଆ ଶୋ’ ଦେଖୁଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି।

ଏରୋ ଇଣ୍ଡିଆ ଶୋ’ରେ ଭାଗ ନେଇଥିବା ବିମାନ ଗୁଡ଼ିକ ଆଜି ସକାଳେ ସମରକଳା ପ୍ରଦର୍ଶନ କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨.୧୭ରେ ଏଭଳି ଅଗ୍ନିକାଣ୍ଡ ଘଟିଥିବା କର୍ଣ୍ଣାଟକା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅଗ୍ନିକାଣ୍ଡ ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ଏଥିରେ କେହି ମୃତାହତ ହୋଇଥିବା ସୂଚନା ଏଯାଏ ମିଳିନାହିଁ।

ଆଜି ଏରୋ ଇଣ୍ଡିଆ ଶୋ’ରେ ବ୍ୟାଡମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଭାଗ ନେଇଥିଲେ। ସେ ତେଜସ୍‌ ବିମାନ ଉଡ଼ାଇବା ପରେ ହିଁ ଏଭଳି ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡ ପରେ ଶୋ’କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ି ନାହିଁ।

ତେବେ ପ୍ରାଥମିକ ତଦନ୍ତରୁ ସିଗାରେଟ୍‌ ନିଆଁରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଜଣେ କେହି ଶୁଖିଲା ଘାସରେ ସିଗାରେଟ୍‌ ଟାଣି ପକାଇ ଦେବା ପରେ ଏଥିରୁ ଅଗ୍ନି ସଂଯୋଗ ଘଟି ପ୍ରଥମେ ଗୋଟିଏ କାରରେ ଲାଗିଥିଲେ। ଏହାପରେ ଧିରେଧିରେ ଏହା ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା।



from Odisha Reporter https://ift.tt/2tBdabT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages